Odiapua.com

ପୁରୀ : ୬୦ତମ ପୋଲିସ ଶହିଦ୍ ଦିବସ

ପୁରୀ, ୨୧/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ୬୦ତମ ପୋଲିସ ସହିଦ୍ ଦିବସ ପୁରୀରେ ପାଳିତ ହୋଇଛି। ରିଜର୍ଭ ପୁଲିସ ଲାଇନ୍ ରେ ଏନେଇ ଆୟୋଜିତ ଉତ୍ସବରେ ଆରକ୍ଷୀ ଅଧିକ୍ଷକ ଡ଼ଃ ଉମାଶାଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଗତ ବର୍ଷରେ ବିଭିନ୍ନ କ୍ଷେତ୍ରରେ ସହିଦ୍ ହୋଇଥିବା ସହିଦଙ୍କ ନାମ ପଠନ କରିବା ସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଶ୍ରୀଦାସ ସହିଦ୍ ସ୍ମୃତିସ୍ତମ୍ଭରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ। ଉପସ୍ଥିତ ପୁଲିସ ଅଧିକାରୀ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଉଦବୋଧନ ଦେଇ ସେ କହିଲେ ଯେ ଦେଶ ମାତୃକାର ସେବା ପାଇଁ ଯେଉଁମାନେ ଜୀବନ ଦେଇଛନ୍ତି ସେମାନେ ଆମର ନମସ୍ୟ ଆମ ପଇଁ ସେମାନେ ଉଦାହରଣ। ପ୍ରତ୍ୟେକ ଫୌଜ୍ ନହୋଇ ଜନସାଧାରଣଙ୍କ ସେବକ ଭାବେ କାର୍ଯ୍ୟ କରିବା ଦରକାର। ଏହି ପରିପ୍ରେକ୍ଷୀରେ ଶ୍ରୀଦାସ ସ୍ଳୋ ମାର୍ଚ୍ଚରେ ଯାଇ ସହିଦ୍ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆରକ୍ଷୀ ବାହିନୀ ପକ୍ଷରୁ ତୋପ ସଲାମି ଦିଆଯିବା ସହ ମାର୍ଚ୍ଚଫାଷ୍ଟରେ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଉତ୍ସବରେ ଅତିରିକ୍ତ ଏସପି, ଡ଼ିଏସପି, ଆରାଇଙ୍କ ସମେତ ସହର ସମସ୍ତ ଥାନା ଅଧିକାରୀ ଓ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।