Odiapua.com

କାଲିଠୁ ରାଜ୍ୟ ଭିତରେ ଗଡ଼ିବ ଏହି ସବୁ ସ୍ୱତନ୍ତ୍ର ଟ୍ରେନ୍ – ଜାଣିନିଅନ୍ତୁ ସମୟ ଏବଂ ରୁଟ୍

ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ): ଆସନ୍ତା କାଲି ଅର୍ଥାତ୍ ସୋମବାରଠାରୁ ଆସନ୍ତା ଜୁନ୍ ୩୦ ପର୍ଯ୍ୟନ୍ତ ରାଜ୍ୟ ଭିତରେ ଗଡ଼ିବ ଛଅଚି ସ୍ୱତନ୍ତ୍ର ଟ୍ରେନ।
ଜାଣି ନିଅନ୍ତୁ କେଉଁ ଟ୍ରେନ କେତେବେଳେ ଗଡ଼ିବ
ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର
ଏହି ସ୍ୱତନ୍ତ୍ର ଟ୍ରେନ୍ ରାଉରକେଲା ଷ୍ଟେସନରୁ ସକାଳ ୫.୧୦ ରେ ଛାଡି ୧୨.୩୦ ରେ ଭୁବନେଶ୍ୱରରେ ପହଞ୍ଚିବ ଏବଂ ଭୁବନେଶ୍ୱରରୁ ଅପରାହ୍ଣ ୨.୧୦ ରେ ଛାଡ଼ି ରାତି ୯.୪୦ ରେ ରାଉରକେଲାରେ ପହଞ୍ଚିବ। ସପ୍ତାହରେ ପାଞ୍ଚ ଦିନ ଚାଲିବ ଏହି ଟ୍ରେନ୍। ଏହା ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବ। ଏ ନେଇ ରେଳବାଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହା ଶନିବାର ଏବଂ ରବିବାର ଦିନ ଚଳାଚଳ କରିବ ନାହିଁ।

ଏହି ଟ୍ରେନର ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲୀ, ସମ୍ବଲପୁର ସହର, ରାଇରାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ, ଢେଙ୍କାନାଳ ଏବଂ ନରାଜରେ ରହି ଚଳାଚଳ କରିବ।

– ଏହି ସମସ୍ତ ସ୍ୱତନ୍ତ୍ର ଟ୍ରେନ ଜୁନ୍ ୮ରୁ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ।
– ଏହି ଟ୍ରେନ୍‌ ଗୁଡ଼ିକ ଶନିବାର ଓ ରବିବାର ଚଳପ୍ରଚଳ କରିବ ନାହିଁ।
ଏହି ଅନ୍ୟ ଲୋକାଲ ଟ୍ରେନ ଗୁଡ଼ିକ ହେଲେ
– ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର
– ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର
– ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର
– ସମ୍ବଲପୁର-ଖୋର୍ଦ୍ଧା ରୋଡ୍‌- ସମ୍ବଲପୁର
– ଏହି ଟ୍ରେନଗୁଡ଼ିକ ସପ୍ତାହକୁ ୫ଦିନ ଚାଲିବ।
କିନ୍ତୁ
ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର- ଭାୟା ଅନୁଗୁଳ-ସମ୍ବଲପୁର-ରାୟଗଡ଼ା – ସପ୍ତାହକୁ ତିନିଦିନ ଚାଲିବ।

ଟିକେଟ୍ – ଆରସିଟିସି ୱେବସାଇଟ୍ ଓ ରେଳବାଇ ଟିକେଟ୍ ସଂରକ୍ଷଣ କାଉଣ୍ଟରରେ ଟିକେଟ୍ ଉପଲବ୍ଧ ହେବ।
– ଟ୍ରେନ ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
– କେବଳ କନଫର୍ମ ଟିକେଟ୍ ଥିବା ବ୍ୟକ୍ତିଙ୍କୁ ଟ୍ରେନରେ ଯାତାୟତ ନିମନ୍ତେ ଅନୁମତି ମିଳିବ।
– ସମ୍ବଲପୁର-ଖୋର୍ଦ୍ଧା ରୋଡ୍‌- ସମ୍ବଲପୁର – ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍‌ ମଧ୍ୟରେ ଚାଲିବ ଏକ ସ୍ୱତନ୍ତ୍ର ଟ୍ରେନ୍‌। ଏହି ଟ୍ରେନଟି ସମ୍ବଲପୁରରୁ ସକାଳ ୬ଟା ଓ ଖୋର୍ଦ୍ଧା ରୋଡ୍‌ରୁ ଅପରାହ୍ଣ ୪ଟା ୫୫ରେ ଛାଡ଼ିବ।

– ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର – ଭୁବନେଶ୍ୱର ଓ ବଲାଙ୍ଗିର ମଧ୍ୟରେ ଚାଲିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍‌। ଏହି ଟ୍ରେନ୍ ଭୁବନେଶ୍ୱରରୁ ସକାଳ ୬.୩୦ ଓ ବଲାଙ୍ଗିରରୁ ଦିନ ୨ଟା ୪୫ରେ ଛାଡ଼ିବ।

– ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର – ଭୁବନେଶ୍ୱର ଓ ଭଦ୍ରକ ମଧ୍ୟରେ ବି ଚାଲିବ ଏକ ସ୍ୱତନ୍ତ୍ର ଟ୍ରେନ୍‌। ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ଓ ଭଦ୍ରକରୁ ସକାଳ ୭.୩୦ରେ ଛାଡ଼ିବ ଏହି ଟ୍ରେନ୍।

– ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର – ଭୁବନେଶ୍ୱର ଓ ବ୍ରହ୍ମପୁର ମଧ୍ୟରେ ଚାଲିବ ଏକ ସ୍ୱତନ୍ତ୍ର ଟ୍ରେନ୍‌। ଭୁବନେଶ୍ୱରରୁ ଏହା ସନ୍ଧ୍ୟା ୫ଟା ୩୦ ଓ ବ୍ରହ୍ମପୁରରୁ ସକାଳ ୭ଟାରେ ଛାଡ଼ିବ।