Odiapua.com

ସୈତାନ ପତ୍ନୀଙ୍କ ୧୪ ବର୍ଷରେ ୬ ହତ୍ୟା: ଖାଦ୍ୟରେ ସ୍ଲୋ- ପଏଜନ୍ ଦେଇ ପରିବାରର ଲୋକଙ୍କୁ ଧୀରେଧୀରେ କରିଥିଲେ ହତ୍ୟା!

ନୂଆଦିଲ୍ଲୀ: ଜଣେ ସୈତାନ ମହିଳା ତାର ପରିବାର ସଦସ୍ୟଙ୍କୁ ଖାଦ୍ୟରେ ସ୍ଲୋ- ପଏଜନ, ସିଆନାଇଡ଼ ଦେଇ ୧୪ ବର୍ଷ ଭିତରେ ଗୋଟିଗୋଟି କରି ୬ ଜଣଙ୍କୁ ମାରିଦେଲେ।ତେବେ ସ୍ୱାମୀଙ୍କ ହତ୍ୟାର ୮ ବର୍ଷ ପରେ ଯାଇ ଧରା ପଡ଼ିଲେ ଅଭିଯୁକ୍ତ ମହିଳା।ଏବଂ ଏହାପରେ ଅନ୍ୟ ୫ଟି ହତ୍ୟାକାଣ୍ଡ ମଧ୍ୟ ସେହି ସୈତାନ ମହିଳା ଜଣଙ୍କ କରିଥିବା ଜଣାପଡ଼ିଲା।ଘଟଣା କେରଳର କୋଜିକୋଡ଼ା କ୍କୋଡ଼ାଥାଇ ଅଞ୍ଚଳର ଅନ୍ନମ୍ମା ଥୋମାସ(୫୭) ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା।ଅନ୍ନମ୍ମାଙ୍କ ମୃତ୍ୟୁକୁ ପରିବାର ସଦସ୍ୟ ହୃଦଘାତ ଜନିତ ସ୍ୱାଭାବିକ ମୃତ୍ୟୁ ବୋଲି ଭାବି ନେଇଥିଲେ।ଏହାର ୬ ବର୍ଷ ପରେ ଅନ୍ନମ୍ମା ଥୋମାସଙ୍କ ପତି ଟମ୍ ଥୋମାସ (୬୬)ଙ୍କର ମୃତ୍ୟୁ ଘଟିଲା।ଟମଙ୍କ ମୃତ୍ୟୁ ମଧ୍ୟ ହୃଦଘାତ ଜନିତ ବୋଲି କୁହାଗଲା।ତେବେ ଏହାପରେ ୨୦୧୧ରେ ଟମ୍ ଏବଂ ଅନ୍ନମ୍ମାଙ୍କ ପୁଅ ରାୟ ଥୋମାସ (୪୦)ଙ୍କର ମୃତ୍ୟୁ ଘଟିଲା।ଏହାକୁ ମଧ୍ୟ ହୃଦଘାତ ଜନିତ କାର୍ଡିଆକ୍ ଆର୍ଟାକ୍ ବୋଲି କୁହାଗଲା।କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରେ ରାୟ ଥୋମାସଙ୍କ ଶରୀରରେ ସିଆନାଏଡ଼ ବିଷ ଥିବା ଜଣାପଡ଼ିଥିଲା।ସେବେଠୁ ପୋଲିସ୍ ସନ୍ଦେହରେ ଥିଲା, କିନ୍ତୁ କିଛି ଟେର ପାଉ ନଥିଲା।ଏହାପରେ ଅନ୍ନମ୍ମା ଥୋମାସଙ୍କ ଭାଇ ମେଥିୟୁ ମଞ୍ଜଦିଲ (୬୭)ଙ୍କର ୨୦୧୪ ମସିହାରେ ମୃତ୍ୟୁ ଘଟିଥିଲା।ଏହାପରେ ୨୦୧୬ ମସିହାରେ ତାଙ୍କର ଜଣେ ସଂପର୍କୀୟଙ୍କ ୨ ବର୍ଷର ଝିଅ ଅଲଫୋସାର ମୃତ୍ୟୁ ଘଟିଥିଲା, ଏବଂ ଏହାର ମାସକ ମଧ୍ୟରେ ମା’ ସିଲ୍ଲି (୨୭)ଙ୍କର ମୃତ୍ୟୁ ଘଟିଲା।ଏସବୁ ମୃତ୍ୟୁ ମଧ୍ୟ ହୃଦଘାତ ଜନିତ ବୋଲି କୁହାଯାଇଥିଲା।

ଏ’ ଭିତରେ ରାୟ ଥୋମାସଙ୍କ ପତ୍ନୀ ଜୋଲି, ବିଧୁର ସଜୁ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରି ନେଇଥିଲେ।ଏବଂ ସମ୍ପତ୍ତିର ଅଧିକାର ପାଇଁ ଦାବି ଉପସ୍ଥାପନ କରିଥିଲେ।କିନ୍ତୁ, ଏ’ ଭିତରେ ଟମ ଥୋମାସଙ୍କ ଆମେରିକାରେ ରହୁଥିବା ଜଣେ ଏନଆରଆଇ ସଂପର୍କୀୟ ମୃତ୍ୟୁ ବାବଦରେ ସନ୍ଦେହ ପ୍ରକଟ କରିବା ସହ ସମ୍ପତ୍ତି ପରିବାରରେ ଥିବା ସମସ୍ତ ସଂପର୍କୀୟଙ୍କ ମଧ୍ୟରେ ସମାନ ବଣ୍ଟନ ପାଇଁ ଆବେଦନ କରିଥିଲେ।ଅଭିଯୋଗ ପାଇବା ପରେ ପୋଲିସ୍ ଯାଞ୍ଚ ଆରମ୍ଭ କରିଦେଲା।ସମସ୍ତ ମୃତକଙ୍କର କବର ଖୋଲାଗଲା।ଏବଂ ସାଇଣ୍ଟିଫିକ ଯାଞ୍ଚ କରାଗଲା।ଏବଂ ସବୁଥିରେ ସିଆନାଏଡ଼ ଥିବା ଜଣାପଡ଼ିଲା।ସମ୍ପତ୍ତି ଲୋଭରେ ଜୋଲି ଖାଦ୍ୟରେ ସ୍ଲୋ- ପଏଜନ ସିଆନାଏଡ଼ ଦେଇ ସମସ୍ତଙ୍କୁ ଧୀରେଧୀରେ ହତ୍ୟା କରିଥିଲା।ପୋଲିସ କଲ୍ ଡିଟେଲ ଏବଂ ସାଇଣ୍ଟିଫିକ ଯାଞ୍ଚ ଆଧାରରେ ଅପରାଧୀଙ୍କୁ ଧରି ପାରିଥିଲା।ମୁଖ୍ୟ ଅଭିଯୁକ୍ତ ଜୋଲି ସଜ୍ଜୁଙ୍କ ସମେତ ତାଙ୍କ ନୂଆ ସ୍ୱାମୀ ବିଧୁର ସଜ୍ଜୁ ଏବଂ ଅନ୍ୟ ଦୁଇ ଜଣ ସହଯୋଗୀ ଏମ୍ସ ମେଥୟୁ ଏବଂ ପ୍ରଜି କୁମାରଙ୍କୁ ପୋଲିସ ଗିରଫ କରିଛି।ଏ’ ଦୁଇ ଜଣଙ୍କ ସହ ଜୋଲିଙ୍କର ଦୀର୍ଘ ଦିନର ସଂପର୍କ ଥିଲା।ଏବଂ ପ୍ରଜି କୁମାର ଜୋଲିଙ୍କୁ ସିଆନାଏଡ଼ ଯୋଗାଇଥିଲା।//ଦେବଦତ୍ତ ରଥ