Odiapua.com

ଥରିଲା ଚାଇନା: ଚାଇନାରେ ଭୂମିକମ୍ପ – ତୀବ୍ରତା ୬.୧ ମ୍ୟାଗ୍ନିଚ୍ୟୁଡ୍

ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ଭୂମିକମ୍ପରେ ଥରିଲା ଚାଇନା। ଖବର ଅନୁଯାୟୀ, ଚାଇନାର ଡାଲି ଠାରୁ ୨୮ କିଲୋମିଟର ଉତ୍ତର-ପଶ୍ଚିମ ୬.୧ ମ୍ୟାଗ୍ନିଚ୍ୟୁଡ୍ ଭୂମିକମ୍ପ ଦିଗରେ ସନ୍ଧ୍ୟା ୭:୧୮ ରେ ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) କହିଛି।

ଶୁକ୍ରବାର ଦିନ ଦକ୍ଷିଣ-ପଶ୍ଚିମ ଚାଇନାର ୟୁନାନ ପ୍ରଦେଶରେ ୬.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି ବୋଲି ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ସୂତ୍ରରୁ ପ୍ରକାଶ।

ଡାଲୀ ସହର ନିକଟରେ ୨୧:୪୮ (୧୩୪୮ GMT) ରେ ୧୦ କିଲୋମିଟର (ଛଅ ମାଇଲ) ଗଭୀରରେ ଏହି ଭୂକମ୍ପ ଘଟିଛି ବୋଲି ଏଥିରେ କୁହାଯାଇଛି।

ଚାଇନା ଭୂମିକମ୍ପ ନେଟୱାର୍କ କେନ୍ଦ୍ର ଟ୍ୱିଟର ପରି ୱେଇବୋ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଲୋକଙ୍କୁ ଅଟ୍ଟାଳିକାଠାରୁ ଦୂରରେ ରହିବାକୁ ଚେତାବନୀ ଦେଇଛି।