Odiapua.com

ଇଣ୍ଡୋନେସିଆରେ ୬.୦ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ

ନୂଆ ଦିଲ୍ଲୀ ୧୯-୪ (ଓଡ଼ିଆ ପୁଅ) ଇଣ୍ଡୋନେସିଆରେ ବଡ ଖବର ବର୍ତ୍ତମାନ ଆସୁଛି। ମଙ୍ଗଳବାର ସକାଳେ ଏଠାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାଫଳରେ ଲୋକମାନେ ଘରୁ ବାହାରି ଆସିଥିଲେ। ରିଚ୍ଟର ସ୍କେଲରେ ଭୂମିକମ୍ପର ମାତ୍ରା ୬.୦ ମ୍ୟାଗ୍ନିଚ୍ୟୁଡ୍ ବୋଲି ଜଣାଯାଇଛି।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ସକାଳ ୬:୫୩ ରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏନସିଏସ୍ କହିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ସୁଲାୱେସି ଠାରୁ ୭୭୯ କିଲୋମିଟର ଦୂରରେ ଥିଲା। ଏଜେନ୍ସି ଅନୁଯାୟୀ, ଭୂକମ୍ପ ଯୋଗୁଁ କୌଣସି ପ୍ରକାରର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। ଯେତେବେଳେ ଭୂକମ୍ପ ଅନୁଭୂତ ହେଲା, ଲୋକମାନେ ନିଜ ଘରେ ଶୋଇଥିଲେ, କିନ୍ତୁ ପୃଥିବୀ ଥରିବା ମାତ୍ରେ ଲୋକମାନେ ଘରୁ ବାହାରକୁ ଆସିଥିଲେ।