ଭୁବନେଶ୍ୱର ୨-୪ (ଓଡ଼ିଆ ପୁଅ) : ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଓଡ଼ିଶାରେ ଏହାକୁ ମିଶାଇ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୫ ହୋଇଛି। ଭୁବନେଶ୍ୱର ଏମ୍ସରେ ୬୦ ବର୍ଷ ବୟସ୍କ ବ୍ୟକିତୁଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ଜଣାଇଛି।
A 60 year old person of Surya Nagar Bhubaneswar with multiple co-morbid conditions admitted at AIIMS Bhubaneswar tests positive for COVID. This is the 5th COVID positive case in the state.
— H & FW Dept Odisha (@HFWOdisha) April 1, 2020
ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଜମାପଡ଼ିଛି। ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିଛି। ଦ୍ୱିତୀୟ କରୋନା ଆକ୍ରାନ୍ତ ଙ୍କ ବୟସ ୨୦ ବର୍ଷ। ଏହା ସହିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ରେ ପ୍ରକାଶ କରିଛିଯେ, ମଙ୍ଗଳବାର ସୁଦ୍ଧା ୬୧୦ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏହାପରେ ବୁଧବାର ୨୯୦ ଜଣଙ୍କର ପରୀକ୍ଷା କରାଯାଇଛି। ଏମଧ୍ୟରୁ ଆରଏମ୍ଆରସିରେ ୨୨୬ ଟେଷ୍ଟ ନେଗେଟିଭ୍ ଆସିଛି। ଏମ୍ସର ୫୩ଟି ଟେଷ୍ଟରୁ ୫୨ଟି ନେଗେଟିବ୍ ଆସିଛି ଏବଂ ଗୋଟିଏ ପଜିଟିଭ୍ ଆସିଛି। ଏସ୍ସିବିର ସମସ୍ତ ୧୧ଟି ନେଗେଟିଭ୍ ଆସିଛି। ମଙ୍ଗଳବାର ଦିନ ଓଡ଼ିଶାର ଚତୁର୍ଥ ଆକ୍ରାନ୍ତ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି। ତେବେ ଓଡ଼ିଶାର ପାଞ୍ଚଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଚିକିତ୍ସିତ ହେଉଛନ୍ତି।
Tested till yesterday: 610
Tested today: 290
RMRC: 226
AIIMS: 53 (1 positive)
SCB: 11Cumulative tested: 900
Positive: 5— H & FW Dept Odisha (@HFWOdisha) April 1, 2020