Odiapua.com

ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧ ଶକତ, ରୋହିତ, ରାହୁଲ୍‌, ବିରାଟ୍‌ ଆଉଟ୍‌, ଭାରତ ୧୨ ଓଭର ପରେ ୯୨/୩

ନୂଆ ଦିଲ୍ଲୀ ୧୮ ମାର୍ଚ୍ଚ (ଓଡ଼ିଆ ପୁଅ) ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି -୨୦ ମ୍ୟାଚ୍ ଖେଳାଯାଉଛି। ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୨ ରେ ପଛୁଆ ଅଛି। ସିରିଜରେ ରହିବାକୁ ହେଲେ କୌଣସି ପରିସ୍ଥିତିରେ ଏହି ମ୍ୟାଚ୍‌ ଜିତିବା ଆବଶ୍ୟକ। ଅନ୍ୟପକ୍ଷରେ ଇଂଲଣ୍ଡ ମ୍ୟାଚ ଜିତି ସିରିଜ ନିଜ ନାମରେ କରିବାକୁ ଚାହୁଁଛି।

ଦଶ ଓଭର ପରେ ଭାରତର ସ୍କୋର ହୋଇଥିଲା ୭୫ ଏବଂ ୩ଟି ୱିକେଟ୍‌ର ପତନ ହୋଇଛି। ରନ୍‌ରେଟ୍‌ ୭.୫୦। ରୋହିତ ଶର୍ମା c & b ଜୋଫ୍ରା ଆର୍ଚର ୧୨ ରନ୍‌ କରିଛନ୍ତି, ୧୨ ବଲ୍‌ ଖେଳିଏଥିରେ ଗୋଟିଏ ଚୈକା ଏବଂ ଗୋଟିଏ ଛକ୍କା ସାମିଲ ଅଛି। କେ.ଏଲ୍ ରାହୁଲ c ଜୋଫ୍ରା ଆର୍ଚର ବୋଲିଂ ବେନ୍ ଷ୍ଟୋକ୍ସ। ୧୭ଟି ବଲ୍‌ ଖେଳି କେବଳ ୧୪ ରନ୍‌ କରିଛନ୍ତି। ଏଥିରେ ତାଙ୍କର ୨ଟି ଚୌକା ସାମିଲ୍‌ ଅଛି। ବର୍ତ୍ତମାନ ସୂର୍ଯ୍ୟକୁମାର ଅର୍ଦ୍ଦଶତକ ମାରିଛନ୍ତି। ଏଥିରେ ସେ ୬ ଟି ଚୌକା ଏବଂ ୨ଟି ଚୌକା ସାମିଲ୍‌ ଅଛି। ବିରାଟ କୋହଲି ଷ୍ଟମ୍ପ ଆଉଟ୍‌ ହୋଇଥିଲେ ଜୋସ୍ ବଟଲରଙ୍କ ଦ୍ୱାରା ଆଦିଲ ରସିଦଙ୍କ ବଲ୍‌ର ଶିକାର ହୋଇଥିଲେ ବିରାଟ୍‌। ସେ କେବଳ ୧ ରନ୍‌ କରି ପାଭିଲିୟନକୁ ଫେରିଥିଲେ। ଋଷଭ ପନ୍ତ ସୂର୍ଯ୍ୟକୁମାର ଯାଦବଙ୍କ ସାଥୀ ଦେଉଛନ୍ତି।

ଭାରତୀୟ ଦଳରେ ଦୁଇଟି ବଡ଼ ପରିବର୍ତ୍ତନ କରିଛି। ଇଶାନ କିଶନ ଏବଂ ୟୁଜବେନ୍ଦ୍ର ଚହଲ ଆଉଟ୍ ହୋଇଛନ୍ତି ଏବଂ ସୂର୍ଯ୍ୟକୁମାର ଯାଦବ, ରାହୁଲ ଚହର ଏକାଦଶ ଖେଳିବାରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

କେଏଲ୍‌ ରାହୁଲଙ୍କର ଆଉଟ୍‌ ଅଫ୍ ଫର୍ମ ଚିନ୍ତା

ଦୁଇଟି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ହାରିଯାଇଥିବା ବେଳେ ପାୱାର ପ୍ଲେରେ ସଂଘର୍ଷ କରିଥିଲା, ଯାହା ଦଳର ଅନ୍ତିମ ସ୍କୋରକୁ ପ୍ରଭାବିତ କରିଥିଲାବେଳେ ଉଭୟ ମ୍ୟାଚ୍‌ ବ୍ୟାଟ୍ସମ୍ୟାନ୍ (ଶ୍ରେୟସ୍ ଆୟର ଏବଂ ବିରାଟ କୋହଲି) ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ ମଧ୍ୟ ଲୋକେଶ ରାହୁଲଙ୍କ ଖରାପ ଫର୍ମରେ ପୀଡିତ, କିନ୍ତୁ କୋହଲି ସ୍ପଷ୍ଟ କରିଛନ୍ତି ଯେ କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ୍ ତଥା ରୋହିତ ଶର୍ମା ଓପନିଂ ଯୋଡି ଭାବରେ ତାଙ୍କର ପ୍ରାଥମିକତା।

ଭାରତ XI ରୋହିତ ଶର୍ମା, କେ ଏଲ ରାହୁଲ, ବିରାଟ କୋହଲି, ଋଷଭ ପନ୍ତ, ଶ୍ରେୟସ ଆୟାର, ସୂର୍ଯ୍ୟକୁମାର ଯାଜବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଙ୍ଗଟନ ସୁନ୍ଦର, ସାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ରାହୁଲ ଚହର

ଇଂଲଣ୍ଡ ଏକାଦଶ: ଜେ ରୟ, ଜେ ବଟଲର, ଡି ମାଲାନ, ଜେ ବେୟାରଷ୍ଟୋ, ଇ ମୋର୍ଗାନ, ବି ଷ୍ଟୋକ୍ସ, ଏସ କୁରାନ, ଜେ ଆର୍ଚର, ସି ଜୋର୍ଡାନ, ଏ ରସିଦ, ଏମ ଉଡ୍‌