କେନ୍ଦୁଝର, ୧୮ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ପୁଣି ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଏବେ ଜିଲ୍ଲାରେ କରୋନା ଆ କ୍ରାନ୍ତଙ୍କ ସଂଖ୍ୟା ୮୦ କୁ ବୃଦ୍ଧି ପାଇଛି। ଏହି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପଶ୍ଚିମ ବଙ୍ଗ ଫେରନ୍ତା ହୋଇଥିବା ବେଳେ ମହାରାଷ୍ଟ୍ର, ଗୁଜୁରାଟ, ଓ ଦିଲ୍ଲାରୁ ୧ ଜଣ ଲେଖାଁଏ ଫେରନ୍ତା ରହିଛନ୍ତି। ଗୁଜୁରାଟ ଫେରନ୍ତା ଆକ୍ରାନ୍ତ ଜଣକ ତେଲକୋଇ କ୍ୟୁରେଟାଂଇନ କେନ୍ଦ୍ରରେ ଏବଂ ମହାରାଷ୍ଟ୍ର ଓ ଦିଲ୍ଲା ଫେରନ୍ତା ଜଣେ ଲେଖାଁଏ ଚିହ୍ନଟ ଆକ୍ରନ୍ତ ଝୁମ୍ପୁରା ବ୍ଳକର ଅସ୍ଥାୟୀ ମେଡିକାଲ ସେଟଂର କ୍ୟୁରେଟାଂଇନ କେନ୍ଦ୍ର ରେ ରହୁଥିଲେ। ପଶ୍ଚିମ ବଙ୍ଗଳାରୁ ଫେରିଥିବା ଅନ୍ୟ ଦୁଇ ଜଣ ଆକ୍ରାନ୍ତ ବଡବିଲ ଅଞ୍ଚଳର। ସେମାନେ ଏଠାରେ ପହଞ୍ଚିଲା ପରେ ସେମାନଙ୍କ ସ୍କ୍ରିନ ଟେଷ୍ଟରୁ କରୋନା ଲକ୍ଷଣ ମିଳିଥିଲା। ଫଳରେ ସେମାନଙ୍କୁ ତୁରନ୍ତ କୋଭିଡ ହସପିଟାଲର କ୍ୟୁରେଟାଂଇନ କେନ୍ଦ୍ରରେ ଭର୍ତି କରାଯାଇଥିଲା। ବର୍ତମାନ କେନ୍ଦୁଝର ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ରହିଥିବା ବେଳେ ସୁସ୍ଥ ହୋଇ ୩୬ ଜଣ ଘରକୁ ଫେରିଛନ୍ତି। ଫଳରେ ଜିଲ୍ଲାରେ ଏବେ ଆକ୍ଟିଭ କେଶ ମାତ୍ର ୩୬ ରେ ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।