Odiapua.com

ପେଟରୁ ବାହାରିଲା ଲୁହା କଣ୍ଟା, ନେଲ୍ କଟର, କଏନ୍, ବୋଲ୍ଟ ଆଦି ୪୫୨ଟି ଧାତୁ!

ଅହମ୍ମଦାବାଦ ୧୪ – ୦୮ (ଓଡ଼ିଆ ପୁଅ) ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ ଡାକ୍ତରମାନେ ସେହି ସମୟରେ ଆଶ୍ଚର୍ଯ୍ୟ ହୋଇଗଲେ, ଯେତେବେଳେ ସେମାନେ ଅପରେସନ କରି ଜଣେ ବ୍ୟକ୍ତିଙ୍କର ପେଟରୁ ବୋଲ୍ଟ, ଲୁହାକଣ୍ଟା, ନେଲକଟର, ସ୍ପାର୍କ ପ୍ଲଗ ସହିତ, ସର୍ବମୋଟ ୪୫୨ଟି ବସ୍ତୁ ବାହାର କଲେ। ଏହି ୨୮ ବର୍ଷୀୟ ଯୁବକଙ୍କର ଶନିବାରଦିନ ସର୍ଜରୀ ବିଭାଗରେ ଅପରେସନ ହୋଇଥିଲା। ଏବେ ତାଙ୍କୁ ନୂଆ ଜୀବନ ମିଳିଛି।

ହସ୍ପିଟାଲର ଅଧୀକ୍ଷକ ଏମ ଏମ ପ୍ରଭାକର ମଙ୍ଗଳବାରଦିନ କହିଛନ୍ତିଯେ, ମାନସିକ ରୂପରେ ବିକ୍ଷିପ୍ତ ପ୍ରାୟତଃ ୨୮ ବର୍ଷର ଏହି ଯୁବକକୁ ଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ପରେ ଚାରି ଦିନ ପୂର୍ବେ ଏଠାରେ ଥିବା ମାନସିକ ହସ୍ପିଟାଲକୁ ପଠାଯାଇଥିଲା।

ଜାଞ୍ଚ ପରେ ଡାକ୍ତରମାନେ ତା’ର ଶ୍ଵାସ ନଳୀରେ ପ୍ରଥମେ ଏକ ଧାତବ ଦ୍ରବ୍ୟ ପାଇଲେ। ପରେ ସେ ପେଟରେ ଯନ୍ତ୍ରଣା ଅଭିଯୋଗ କରିଥିଲା। ତେଣୁ ଅପରେସନ କରି ୪୫୨ ଧାତୁ ଯେଉଁଥିରେ ଛୁରୀ, ନେଲ-କଟର ଏବଂ ନଟ ବୋଲ୍ଟ ଆଦି ସାମିଲ ଥିଲା, ଏହି ସବୁ ପଦାର୍ଥକୁ ବାହାର କରାଗଲା ଏବଂ ଏହାର ଓଜନ କରିବାରୁ ପ୍ରୟତଃ ପାଞ୍ଚ କିଲୋ ଓଜନ ହୋଇଥିଲା।