Odiapua.com

ଓଡ଼ଗାଁର ୫ ପଂଚାୟତ ଓ ୨୦ ଗାଁକୁ କଂଟେନମେଂଟ ଓ ବଫର ଜୋନ ଘୋଷଣା

ନୟାଗଡ଼, ୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାର ଓଡ଼ଗାଁ ଅଂଚଳକୁ ଜିଲାପାଳ କଂଟେନମେଂଟ ଓ ବଫର ଜୋନ ଭାବେ ଘୋଷଣା କରିଛନ୍ତି। ଓଡ଼ଗାଁ ବ୍ଳକର କିଛି ଗାଁ ଓ ଓଡ଼ଗାଁ ଏନଏସିକୁ ଏହି କଟକଣାରେ ଅନ୍ତର୍ଭୁକ୍ତ କରାଯାଇଛି। ଓଡ଼ଗାଁର ସୁନାମୁହିଁ ଓ କୁରାଳରେ ବାହ୍ୟ ସଂକ୍ରମଣରେ ଗତକାଲି ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ/୨୦୮, ତାରିଖ ଜୁଲାଇ ୧/୨୦ ଅନୁସାରେ ଜିଲାପାଳ କଂଟେନମେଂଟ ଜୋନ ଘୋଷଣା କରିଥିବା ଓଡ଼ଗାଁ ବ୍ଳକ ସୁନାମୁହିଁ ପଂଚାୟତର ମାଳିଆଝୋଲା, ବାଲିସିଂସା, ଖଙ୍ଗାରପଲ୍ଲୀ, ଲଣ୍ଡାବଡ଼ୁ ଓ ପଂଚୁପାଣ୍ଡବ, ଗିରିଡିପଲ୍ଲୀ ପଂଚାୟତର ଧଝୋଲା, ଗିରିଡ଼ିପଲ୍ଲୀ, ପଥରାପଲ୍ଳୀ, ଝାଡ଼ସାହି, ତୋଟାସାହି, ତନ୍ତିଭଗାପଲ୍ଲୀ, କୁରାଳ ପଂଚାୟତର କୁରାଳ, ନଥିଆପଲ୍ଲୀ, ହନୁମନ୍ତ, ଦଣ୍ଡୋର, ପାଣ୍ଡେରିପଡ଼ା ପଂଚାୟତର ପାଣ୍ଡେରିପଡ଼ା, ଭାଲିଆଡିହି, ଦେଓଗାଁ, କୋମଣ୍ଡ ପଂଚାୟତର କୋମଣ୍ଡ ଏବଂ ଓଡ଼ଗାଁ ଏନଏସିର ୱାର୍ଡ଼ ନଂ ୧ ଠାରୁ ୧୫ ପର୍ଯ୍ୟନ୍ତ ୱାର୍ଡ଼ କଂଟେନମେଂଟ ଜୋନ ଘୋଷଣା କରିଥିବାବେଳେ ବଫରଜୋନା ଭାବେ ସୁନାମୁହିଁ ପଂଚାୟତର ଲୁଣି, ସିଧାପଲ୍ଲୀ, କୁରାଳ ପଂଚାୟତର ନାଉରିଆଗୋଡ଼ା, ଲିଙ୍ଗରାଜପ୍ରସାଦ, କୋମଣ୍ଡ ପଂଚାୟତର ଉଦୟପୁର, ଗିରିଡିପଲ୍ଲୀ ପଂଚାୟତର ପାଣଖଜୁରିଆ, ବେବର୍ତ୍ତାପଲ୍ଲୀ, ଦହଙ୍ଗି, ପାଣ୍ଡେରିପଡ଼ା ପଂଚାୟତର ମଦନପୁର, ରବିଗାଡ଼ିଆ ପଂଚାୟତର କୁରୁମବାଙ୍କତରା, କୋମଣ୍ଡ ପଂଚାୟତର ନବରତ୍ନପୁର, ପନ୍ତିଖରି ପଂଚାୟତର ପାଇକପନ୍ତିଖାରି, ରଙ୍ଗଣିପାଟଣା ପଂଚାୟତର ଉପରଗୋଡ଼ିପଲୀ ଓ ତଳଗୋଡ଼ିପଲ୍ଳୀ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁହେବ ବୋଲି ଜିଲାପାଳ ଡଃ ପୋମା ଟୁଡୁ ସୂଚନା ଦେଇଛନ୍ତି।