Odiapua.com

ଆଜି ରାଜ୍ୟରେ କରୋନା ନେଲା ୫ ମୁଣ୍ଡ

ଭୁବନେଶ୍ୱର ୪-୭ (ଓଡ଼ିଆ ପୁଅ) ରାଜ୍ୟରେ ୫କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି ପାଇଛି। ଅନ୍ୟ କାରଣରୁ ମଧ୍ୟ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଅନ୍ୟ କାରଣରୁ ମଧ୍ୟ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ତେବେ ଆଜି ମୋଟରେ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରେ କୁହାଯାଇଛି। ମୃତକମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାରୁ ହୋଇଥିବା ବେଳେ ୨ ଜଣ ଖୋର୍ଦ୍ଧା ଜିଲ୍ଲାର। ଅନ୍ୟ କାରଣରୁ ଯେଉଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ସେ କଟକ ଜିଲ୍ଲାର।

ମୃତକ ମାନେ ହେଲେ

୧ – ଭୁବନେଶ୍ୱରର ୫୧ ବର୍ଷ ବୟସ୍କ ପୁରୁଷ, ପ୍ଲୁରାଲ୍ ଯକ୍ଷ୍ମା ରୋଗରେ ପୀଡିତ ଥିଲେ।

୨ – ଭୁବନେଶ୍ୱରର ୬୪ ବର୍ଷ ବୟସ୍କ ପୁରୁଷ, ସେ ମଧୁମେହରେ ପୀଡିତ ଥିଲେ।

୩ – ଗଞ୍ଜାମର ୫୦ ବର୍ଷ ବୟସ୍କ ପୁରୁଷ, ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪ – ଗଞ୍ଜାମର ୨୭ ବର୍ଷ ବୟସ୍କ ପୁରୁଷ।

୫ – ଗଞ୍ଜାମର ୩୫ ବର୍ଷ ବୟସ୍କ ପୁରୁଷ।