Odiapua.com

୫ କରୋନାଭାଇରସ୍ ସନ୍ଦିଗ୍ଧ ନାଗପୁର ଡାକ୍ତରଖାନାରୁ ଚମ୍ପଟ ମାରିଲେ – ଆଇସୋଲେସନ ୱାର୍ଡ ବାହାରେ ଏବେ ପୋଲିସ ନିୟୋଜିତ

ନାଗପୁର, ମାର୍ଚ୍ଚ ୧୪ (ଓଡ଼ିଆ ପୁଅ) : ଶୁକ୍ରବାର ରାତିରେ ନାଗପୁରରେ ଏଠାରେ ଥିବା ଆଇସୋଲେସନ ୱାର୍ଡରୁ ପାଞ୍ଚ ଜଣ ସନ୍ଦିଗ୍ଧ କରୋନାଭାଇରସ୍ ରୋଗୀ ପଳାଇନ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ରୋଗୀର COVID-19 ଟେଷ୍ଟ ନେଗେଟିଭ୍ ଥିବା ବେଳେ ୪ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା।

ଇତି ମଧ୍ୟରେ ନାଗପୁର କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟ ରବିନ୍ଦ୍ର ଠାକରେ କହଛନ୍ତିଯେ, ମୋୟୋ ହସ୍ପିଟାଲରୁ ପଳାଇ ଯାଇଥିବା ପାଞ୍ଚଜଣ COVID19 ସନ୍ଦିଗ୍ଧଙ୍କ ମଧ୍ୟରୁ ତିନିଜଣ ଫେରି ଆସିଛନ୍ତି। ଏହା ଗୁରୁତ୍ତ୍ୱପୂର୍ଣ୍ଣ ହୋଇଥିବାରୁ ମୋୟୋ ହସ୍ପିଟାଲର ଆଇସୋଲେସନ ୱାର୍ଡ ବାହାରେ ପୋଲିସ ନିୟୋଜିତ କରାଯାଇଛି।

ସୂଚନାଯୋଗ୍ୟଯେ, ଭାରତରେ ଦୁଇଜଣଙ୍କର କୋରୋନା ମୃତ୍ୟୁ ହୋଇଥିବା ବେଳେ ୮୨ ଜଣ ଲୋଗଙ୍କର କରୋନାଭାଇରସ୍ ରିପୋର୍ଟ ପଜିଟିଭ୍ ବାହାରିଛି। ସେମାନଙ୍କପୁ ଆଇସୋଲେସନ ୱାର୍ଡ଼ରେ ରଖାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନାଭାଇରସ୍ ରୋଗକୁ ‘ମହାମାରୀ’ ଘୋଷଣା କରି ଗଭୀର ଉଦ୍ବେଗ ପ୍ରକାଶ କରିଛି।