Odiapua.com

ଭଦ୍ରକ – ଅବକାରୀ ବିଭାଗର ଚଢ଼ାଉ : ଲକ୍ଷାଧିକ ଟଙ୍କାର ଦେଶୀ ମଦ ଜବତ, ୫ଗିରଫ

ଭଦ୍ରକ:୧୪/୧୦-(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ଭଦ୍ରକ ଜିଲ୍ଲା ଅବକାରୀ ବିଭାଗର ୭ଜଣ କର୍ମଚାରୀ ମଦ ମାଫିଆଙ୍କ ଦ୍ୱାରା ଆକ୍ରମଣର ସମ୍ମୁଖୀନ ହେବାପରେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି।କାହିଁକିନା ଦୀର୍ଘଦିନର ବ୍ୟବଧାନ ପରେ ଏହି ଜିଲ୍ଲାର କେତେକ ଅସାଧୁ ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକାରେ ଲିପ୍ତ ଥିବା ବିଭାଗୀୟ କର୍ମଚାରୀ ମାଡ ଖାଇବାପରେ ସେମାନଙ୍କର ନିଦ ଭାଙ୍ଗିଛି।ମାଡ ମାରିଥିବା ୬ମାଫିଆ ଓ ଅନ୍ୟମାନଙ୍କ ମଧ୍ୟରୁ ପୋଲିସ ମୁଖ୍ୟଙ୍କୁ ଛାଡି କେବଳ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି।ତେବେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦେଶକ୍ରମେ ଆଜି ଭୋର ସମୟରେ ଭଦ୍ରକ ଅବକାରୀ ସଦର ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଉପ ନିରୀକ୍ଷକ ସନ୍ତୋଷ ବଳ, ଜିଲ୍ଲା ଭ୍ରାମ୍ୟମାଣ ଉପ ନିରୀକ୍ଷକ ସ୍ପନ୍ଦନ ମହାନ୍ତି, ଏ ଏସ ଆଇ ପ୍ରହଲ୍ଲାଦ ସାମଲ, ଭବେଶ ଦାସ, ପୁରୁଷୋତ୍ତମ ମଲ୍ଲିକ ଓ ଦୀପକ ରାଉତ ପ୍ରମୁଖ ତିହିଡି ଥାନା ଅଂଚଳର ବୁଧୁପୁରର ଲଷ୍ମୀଧର ପରିଡା ଓ ରବୀନ୍ଦ୍ର ପରିଡା, କନ୍ଦପୁରର ବରୁଣୀ ବେହେରା, ବିଦ୍ୟାଧରପୁରର ସୁବାଷ ବେହେରାଙ୍କ ନିକଟରୁ ୧ଶହ ଲିଟର ଦେଶୀ ମଦ ସମେତ ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ମିର୍ଜାପୁରର ସୁବାଷ ବେହେରାଙ୍କ ଠାରୁ ୪୨୦ ଲିଟର ମଦ ଜବତ କରି ସେମାନଙ୍କୁ ଗିରଫ କରିଛନ୍ତି।ସମୁଦାୟ ଜବତ ୫୨୦ ଲିଟର ମଦ ଓ ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।