Odiapua.com

ଭୁବନେଶ୍ୱର ଏମ୍‌ସର ୪ଜଣ ଡାକ୍ତର କରୋନା ସଂକ୍ରମିତ

ଭୁବନେଶ୍ୱର ୯-୬ (ଓଡ଼ିଆ ପୁଅ) ଭୁବନେଶ୍ୱର ଏମ୍‌ସର ୪ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଏ ନେଇ ଗଣମାଧ୍ୟମକୁ ଏମ୍‌ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସିନିୟର ରେସିଡେଣ୍ଟ ଡାକ୍ତର ଓ ଅନ୍ୟ ଜଣେ ଆକ୍ରାନ୍ତ ଜୁନିୟର ରେସିଡେଣ୍ଟ ଡାକ୍ତର। ୩ ଜଣଙ୍କ ମଧ୍ୟରୁ ଜଣେ ଅସ୍ତ୍ରୋପଚାର ବିଭାଗର, ଜଣେ ପାଥୋଲୋଜି ଏବଂ ଜଣେ ଫାର୍ମାକୋଲୋଜି ବିଭାଗର ହୋଇଥିବା ବେଳେ ଜୁନିଅର ରେସିଡେଣ୍ଟ ଡାକ୍ତର ସ୍କିନ୍‌ (ଡର୍ମାଟୋଲୋଜି) ବିଭାଗର ବୋଲି ସୂଚନା ମିଳିଛି।