Odiapua.com

ଯାଜପୁରରେ ପୁଣି ୪ ନୂଆ କରୋନା ଆକ୍ରାନ୍ତ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି

ଭୁବନେଶ୍ୱର ୨୩-୪ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ଆଜି ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଂଚିଛି। ଆକ୍ରାନ୍ତ ୪ ଜଣ ଯାଜପୁର ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ଫଳରେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ରେ ପହଁଚିଛି। ଯାଜପୁରରୁ ଜଣେ ସୁସ୍ଥ ହୋଇ ଫେରିଛନ୍ତି। ତେଣୁ ଯାଜପୁରରେ ୧୧ ଜଣ ଆକ୍ଟିଭ୍ କେସ୍ ଅଛି।

ସୂଚାଯୋଗ୍ୟଯେ, ରାଜ୍ୟରେ ମୋଟ ୮୭ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇସାରିଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି। ୫୩ ଜଣ କରୋନା ଆକ୍ରାନ୍ତ ଆକ୍ଟିଭ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି।