Odiapua.com

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥରେ ଅବସ୍ଥିତ ବିଷ୍ଣୁପୁରବିନ୍ଧା ପଂଚାୟତର ଆନନ୍ଦ ବଜାର ଠା ର ଠାରେ ନୂତନ ମାର୍କେଟ କମ୍ପେ୍ଲକ୍ସ ପାଇଁ ଶିଳାନ୍ୟାସ କରାଯାଇଛି। ଆଜି ଭଦ୍ରକ ବିଧାୟକ ସୀତ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆରଏମ୍‌ସି ଦ୍ୱାରା ୧.୬୩ କୋଟି ବ୍ୟୟ ଅଟକଳରେ ହେବାକୁ ଥିବା ୪୦ ଦୋକାନ ଗୃହ ବିଶିଷ୍ଟ ମାର୍କେଟ କମ୍ପେ୍ଲକ୍ସର ଭିତପ୍ରସ୍ତର ସ୍ଥାପନ କରିଥିଲେ। ଆଂଚଳିକ ବିକାଶରେ ଏହି ପ୍ରକଳ୍ପ ଗୁରୁତ୍ୱ ରଖିବ ବୋଲି କହିଥିଲେ। ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଆରଏମ୍‌ସି ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା, ଭଦ୍ରକ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବିଧାୟକ ସୀତାଂଶୁଙ୍କୁ ଲକ୍ଷ୍ମୀ ମନ୍ଦିର ନିକଟରୁ ବିଜେପି କର୍ମୀମାନେ ସ୍ୱାଗତ ଜଣାଇ କାଳୀ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ରଘୁନାଥ ବିଶ୍ୱାଳ, କେଶବ ଦାଶ, ବେଣୁଧର ବିଶ୍ୱାଳ, ସପନ ଦାଶ, ଉଜ୍ଜ୍ୱଳ ନାଥ, ଅମୂଲ୍ୟ ସାହୁ, ରଣଜିତ ଲେଙ୍କା, ଶୁଭେନ୍ଦୁ ପାତ୍ର, ଗୋଲକ ପୃଷ୍ଟି, ସଞ୍ଜୀବ ପଣ୍ଡା, ସୁବାସ ସାହୁ, ଶ୍ରୀକାନ୍ତ ଯେନା, ପ୍ରମୁଖ ଉପସ୍ଥିତ ଥିଲେ ।