Odiapua.com

କରୋନା ଭାଇରସ୍ ରେ ଚୀନରେ ଏପର୍ଯ୍ୟନ୍ତ ୩୬୧ ଲୋକମାନଙ୍କର ମୃତ୍ୟୁ, ମୃତଶରୀରକୁ ତୁରନ୍ତ ଅନ୍ତିମ ସଂସ୍କାର- କାହାକୁ ପୋତିବାକୁ ଅନୁମତି ନାହିଁ

ନୂଆ ଦିଲ୍ଲୀ ୩-୨ (ଓଡ଼ିଆ ପୁଅ) କରୋନା ଭାଇରସ୍ ର ସଂକ୍ରମଣକୁ ଦେଖି ଚୀନ ର ବିଦେଶ ମନ୍ତ୍ରଣାଳୟ ନିଜର ଦୈନିକ ପ୍ରେସ କନ୍ଫ୍ରୈଂସକୁ ମଧ୍ୟ ଅନଲାଇନ କରିବାକୁ ନିଷ୍ପତି ନେଇଛି। ମନ୍ତ୍ରଣାଳୟ ପ୍ରତ୍ୟେହ ପ୍ରେସ ବିଜ୍ଞପ୍ତି ଜାରୀ କରୁଛି। କିନ୍ତୁ କରୋନା ଭାଇରସ୍ ବ୍ୟାପିବା ପରେ ୨୪ ଜାନୁଆରୀରୁ ଏହା ସ୍ଥଗିତ ରଖାଯାଇଥିଲା।

କରୋନା ଭାଇରସ୍ ବ୍ୟାପିବାକୁ ରୋକିବା ପାଇଁ ଚୀନ ରବିବାରଦିନ ପୀଡ଼ିତ ରୋଗୀଙ୍କୁ ଏକ ଅଲଗା ସ୍ଥାନରେ ରଖିବା ଏବଂ ପ୍ରଭାବିତ ଯାଗାକୁ ଲୋକମାନଙ୍କର ଆସିବା-ଯିବା ଉପରେ ରୋକ ଲଗାଇବା ସହିତ ଅନେକ ପଦକ୍ଷେପ ଉଠାଇଛିଏ। ଏହା ମଧ୍ୟରେ କରୋନା ଭାଇରସ୍ ରେ ମୃତକ ଲୋକମାନଙ୍କର ସଂଖ୍ୟା ୩୬୧ ହୋଇଛି। ପ୍ରାୟତଃ ୧୪,୦୦୦ ଲୋକ ସଂକ୍ରମିତ ଅଛନ୍ତି।

ଚୀନର ମନ୍ତ୍ରଣାଳୟ କହିଛି କି ବର୍ତ୍ତମାନର ପରିସ୍ଥିତିକୁ ଦେଖି ବିଦେଶ ମନ୍ତ୍ରଣାଳୟ ତିନି ଫେବୃଆରିରେ ପ୍ରତ୍ୟେହ ପ୍ରେସ କନ୍ଫ୍ରୈଂସ ଅନଲାଇନ କରିବାକୁ ଫଇସଲା କରିଛି। ଚୀନ ବାହରେ କରୋନା ଭାଇରସ୍ ରେ ପ୍ରଥମ ମୃତ୍ୟୁ ଫିଲିପାଇନ୍ସ ହୋଇଛି।

ଭାରତ ସମେତ ୨୫ଟି ଦେଶରେ ଏହି ଭାଇରସ୍ ପହଁଞ୍ଚିସାରିଛି। ଫିଲିପାଇନ୍ସର ଯେଉଁ ଚୀନ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ତା’ର ବୟସ ୪୪ ବର୍ଷ ଅଟେ। କୁହାଯାଉଛି କି ମୃତକ ବ୍ୟକ୍ତି ୨୧ ଜାନୁଆରୀରେ କରୋନା ଭାଇରସ୍ ର କେନ୍ଦ୍ର ୱୁହାନରୁ ୩୮ ବର୍ଷୀୟ ଚୀନ ମହିଳା ସାଥୀଙ୍କ ସହିତ ଫିଲିପାଇନ୍ସ ପହଁଚିଥିଲା।

କୁହାଯାଉଛି କି ଜୋରରେ ଜ୍ୱର ହେବାର କାରଣରୁ ଚୀନର ଅଧିକାରୀ ୧୦ ଜଣ ଭାରତୀୟଙ୍କୁ ବିଶେଷ ବିମାନରେ ଯାତ୍ରା କରିବାକୁ ଅନୁମତି ଦେଇନଥିଲେ। ଚୀନରେ ଭାରତର ରାଷ୍ଟ୍ରଦୂତ ବିକ୍ରମ ମିସ୍ତ୍ରୀ କହିଛନ୍ତି କି ହୁବେଇରେ ବର୍ତ୍ତମାନ ମଧ୍ୟ ପ୍ରାୟତଃ ୧୦୦ ଭାରତୀୟ ଅଛନ୍ତି। ଚୀନର ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତିଯେ, ଆସନ୍ତା ଦୁଇ ସପ୍ତାହରେ ସଂକ୍ରମଣ ବହୁ ଜୋରରେ ବଢ଼ିପାରେ।

ଚୀନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିଯେ, ୨୩ ଜାନୁଆରୀରେ ସଂକ୍ରମଣ କାରଣରୁ ୱୁହାନକୁ ସିଲ କରିବା ପୂର୍ବରୁ ପ୍ରାୟତଃ ୫୦ ଲକ୍ଷ ଲୋକ ବାହରକୁ ଯାଇଥିଲେ। ଚୀନ, ଛୁଟିରେ ବିଦେଶକୁ ବୁଲିବାକୁ ଯାଇଥିବା ଶତାଧିକ ନାଗରିକମାନଙ୍କୁ ଚାର୍ଟାର୍ଡ ବିମାନରେ ଫେରାଇ ଆଣୁଛି ଏବଂ ଏହି ବିମାନଗୁଡ଼ିକୁ ସିଧା ୱୁହାନରେ ଓହ୍ଲା ଯାଉଛି। ଚୀନ ଏହା ମଧ୍ୟ କହୁଛି କି ବଡ଼ ସଂଖ୍ୟାରେ ସଂକ୍ରମିତ ଲୋକ ଠିକ ହେଉଛନ୍ତି ଏବଂ ସେମାନକଙ୍କ ମଧ୍ୟରୁ ରେ ୩୨୮ ଲୋକମାନଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇସାରିଲାଣି।

ଚୀନର ସରକାରୀ ସମାଚାର ଏଜେନ୍ସୀ ଶିନ୍ହୁଆ ମୁତାବକ ଏହି ସଂକ୍ରମଣ ବ୍ୟକ୍ତିରୁ ବ୍ୟକ୍ତିକୁ ଡେଉଁ ଥିବାରୁ, ୧.୬୩ ଲକ୍ଷ ଲୋକମାନଙ୍କର ସଂପର୍କରେ ଆସିଥିବା ଲୋକମାନଙ୍କର ବିଷୟରେ ବୁଝି ସେମାନଙ୍କ ମଧ୍ୟରୁ ୧.୩୭ ଲକ୍ଷ ଲୋକମାନଙ୍କୁ ନଜରରେ ରଖାଯାଇଛି। ଚୀନରେ ଏହି ଭାଇରସ୍ କୁ ବ୍ୟାପିବାରୁ ରୋକିବା ପାଇଁ ରୋଗୀଙ୍କୁ ଅଲଗା କରିବାର ପ୍ରକ୍ରିୟାକୁ ବଢାଇ ଦିଆଯାଇଛି। ଚୀନର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଛନ୍ତି କି କରୋନା ଭାଇରସ୍ ରେ ପୀଡ଼ିତ ଶବର ଅନ୍ତିମ ସଂସ୍କାର ନିକଟସ୍ଥ ସ୍ଥାନରେ ତୁରନ୍ତ କରିବାକୁ। ଲାଶକୁ ପୋତିବାକୁ କାହାକୁ ଅନୁମତି ଦିଆଯାଉନାହିଁ।