Odiapua.com

ଆଜି ମାଲକାନଗିରିରୁ ସର୍ବାଧିକ ନୂଆ ୩୬ କରୋନା ପଜିଟିଭ୍ ଚିହ୍ନଟ – ଜାଣନ୍ତୁ କେଉଁ ଅଞ୍ଚଳରୁ

ମାଲକାନଗିରି ୩୦-୬ (ଓଡ଼ିଆ ପୁଅ) ଆଜି ମାଲକାନଗିରିରୁ ସର୍ବାଧିକ ନୂଆ ୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ବିଏସଏଫରୁ ୨୯ ଜଣ ଯେଉଁମାନେ ବିହାର, ଝାଡଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରରୁ ଫେରି ମାଲ୍ୟବନ୍ତ ବଏଜ୍ ହଷ୍ଟେଲ, ଜୁନିଅର୍ ସାଇନ୍ସ କଲେଜ ଏବଂ ବାଳିକା ହଷ୍ଟେଲରେ ରହିଥିଲେ।

୪ ଜଣ ତାମିଲନାଡୁ ଏବଂ ନୂଆଦିଲ୍ଲୀ ଫେରନ୍ତା MV-୦୭ ରୁ। ସେହିଭଳି ୩ ଜଣ ନୂଆଦିଲ୍ଲୀ ଫେରନ୍ତା MV-୧୨ କୋରୁକୋଣ୍ଡା ବ୍ଲକ୍ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି।

ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା -୯୬ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୫୨ ଏବଂ ୪୪ ଟି ସକ୍ରିୟ ମାମଲା ଅଛି। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ତେବେ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରି ଭୟଭୀତ ନ ହେବାକୁ ଅନୁରୋଧ କରାଯାଇଛି। ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ଜିଲ୍ଲା ପ୍ରଶାସନ, ମାଲକାନଗିରି ତରଫରୁ ଅନୁରୋଧ କରାଯାଇଛି।