Odiapua.com

୩୫ ବିଏସ୍‌ଏଫ୍‌ କର୍ମଚାରୀ କରୋନା ଆକ୍ରାନ୍ତ – ପାରାମିଲିଟାରୀ ଫୋର୍ସରେ ସଂକ୍ରମଣ ୫୦୦ ରୁ ଉର୍ଦ୍ଧ୍ୱ

ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ଆଜି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ରେ COVID-19 ର ୩୫ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ସମେତ ଫୋର୍ସରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ଅତିକ୍ରମ କରିଛି।

କରୋନା ଭାଇରସ୍‌ରେ ଦୁଇ ଜଣ ବିଏସଏଫ ଯବାନ ମୃତ୍ୟୁବରଣ କରିଛନ୍ତି। ପାରାମିଲିଟାରୀ ଫୋର୍ସରେ ସଂକ୍ରମଣ ୫୦୦ ମାର୍କ ଅତିକ୍ରମ କରିଛି। ବିଶେଷ କରି ଦିଲ୍ଲୀରେ ୯୦% ସଂକ୍ରମଣ ଖବର ଆସିଛି।