Odiapua.com

ଆବାସ ଯୋଜନା କାହାପାଇଁ ? ଧନୀଙ୍କୁ ହଁ, ଗରୀବ ଙ୍କୁ ନାଁ ୨୦ ବର୍ଷ ହେଲା ଭଙ୍ଗା କୁଡିଆରେ ଉଜ୍ଜଳ ସାହୁ

ନୟାଗଡ/୧୦/୦୫(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର କାହାକୁ ମାଟିକାନ୍ଥ କଚ୍ଚାଘରେ ରହିବାକୁ ଦିଆଯିବ ନାହିଁବୋଲି ଯୋଜନା କରିଚାଲିଛନ୍ତି। କିନ୍ତୁ ଯୋଜନା ହିତାଧିକାରୀ ତାଲିକା ପ୍ରସ୍ତୁତ କରୁଥିବା ଲୋକମାନେ ଯୋଜନା କୁ ବାଟବଣା କରିବା ଯୋଗୁଁ ଧନୀ ଲୋକମାନେ ଆବାସ ପାଉଥିବା ବେଳେ ଗରୀବ ଲୋକମାନେ ବାଦ୍ ପଡୁଛନ୍ତି। ଯୋଜନା ବାଟବଣା ହେଉଥିବା ଜଣାପଡିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଡମସାହି ଗ୍ରାମପଞ୍ଚାୟତରେ। ଡମସାହିର ନୂଆସାହି ୰ନରିଆ ସାହୁ ଙ୍କ ସ୍ତ୍ରୀ ବିଧବା ଉଜ୍ଜଳ ସାହୁ ଦୀର୍ଘ ୨୦ ବର୍ଷ ହେଲା ଭଙ୍ଗା କୁଡିଆରେ ରହି ଆସୁଥିଲେ ମଧ୍ୟ ଆବାସ ଖଣ୍ଡିଏ ମିଳୁନାହିଁ। ବିଧବା ଉଜ୍ଜଳ ସାହୁ, ଅର୍ଦ୍ଧପାଗଳ ପୁଅ, ବୋହୁ ଓ ଛୋଟ ନାତୁଣୀକୁ ନେଇ ପାହାଡ ତଳେ ଭଙ୍ଗା କୁଡିଆ ରେ ଆବାସ ଖଣ୍ଡିଏ ଅପେକ୍ଷାରେ ପଡିରହିଛନ୍ତି। ଆବାସ ଯୋଜନା ପାଇଁ ଆବେଦନ କରିଥିଲେ ମଧ୍ୟ ଗ୍ରାମପଞ୍ଚାୟତକୁ ଦଉଡି ଦଉଡି ହତାଶ। ୨ ବର୍ଷ ହେଲା ବିଧବା ହୋଇଥିଲେ ମଧ୍ୟ ବିଧବା ଭତ୍ତା ପାଇବାରୁ ବଂଚିତ।

ଏ ସର୍ମ୍ପକେ ବର୍ତ୍ତମାନ ସରପଞ୍ଚ ସୁନେଲି ଦଳବେହେରା ଙ୍କ ଯୋଗାଯୋଗ କରିବାରେ କୁହନ୍ତି ଯେ ନୂଆ ଆବାସ ଯୋଜନା ତାଲିକାରେ ତାଙ୍କ ସ୍ୱାମୀ ନରିଆ ସାହୁ ଙ୍କ ନାମ ରହିଅଛି। ନରିଆ ସାହୁ ମୃତ୍ୟୁ ବରଣ କରିଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ଉଜ୍ଜଳ ସାହୁ ଙ୍କୁ ତାଲିକା ଅନୁସାରେ ପାଳି ପଡିଲେ ଆବାସ ଯୋଜନା ଦିଆଯିବ। ବିଧବା ବତ୍ତା ପାଇଁ ଅନ୍ ଲାଇନରେ ଆବେଦନ କରିନାହାଁନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିନବନ୍ଧୁ ଦାସ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ତାଙ୍କ ନାମ ହିତାଧିକାରୀ ତାଲିକାରେ ନାହିଁ। ସେ ଆବାସ ଯୋଜନା ପାଇ ପାରିବେ ନାହିଁ। ଏ ସର୍ମ୍ପକେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାର ଙ୍କ ମଧ୍ୟରେ ତାଳମେଳ ରହୁନଥିବା ବେଳେ ଉଜ୍ଜଳ ସାହୁ କିପରି ଆବାସ ଖଣ୍ଡିଏ ପାଇବେ ସେନେଇ ଚିନ୍ତାରେ।