Odiapua.com

୭ବର୍ଷର ଶିଶୁପୁତ୍ର କୁ ବଳିଦିଆଯାଇଥିବା ସନ୍ଦେହରେ ସ୍କୁଲ ଭଙ୍ଗାରୁଜା ଓ ମେସିନ ପୋଡିଲେ ଲୋକେ

 

ହାଟଡ଼ିହି, ୨୪/୦୨- (ଓଡ଼ିଆପୁଅ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଵିଦ୍ୟାଧରପୁର ନିକଟରେ ଜଣେ ଶିଶୁପୁତ୍ରକୁ ବଳିଦେବା ସନ୍ଦେହରେ ଏକ ସ୍କୁଲକୁ ଭଙ୍ଗାରୁଜା କରାଯିବା ସହ ନିକଟରେ ଥିବା ଏକ ଠିକା ସଂସ୍ଥାର ଦୁଇଟି ମେସିନରେ ନିଆଁ ଲଗାଇ ଦେଇଛନ୍ତି। ଖବରରୁ ଜଣାଯାଇଛି ଯେ ଖଣି ବଜାର ସାହିର ବିଜୟ ମୁର୍ମୁଙ୍କ ୭ବର୍ଷର ପୁଅ ଗତକାଲି ଠାରୁ ନିଖୋଜ ହୋଇ ଯାଇଛି। ପରିବାର ଲୋକେ ବହୁ ଖୋଜାଖୋଜି କରୁଥିବାବେଳେ ଆଜି ସନ୍ଧ୍ୟାରେ ନିକଟସ୍ଥ ଏକ ଇଂରାଜୀ ମାଧ୍ୟମ ସ୍କୁଲ ନିକଟରୁ ନିଖୋଜ ବାଳକ ର ପିନ୍ଧା ସାର୍ଟ ମିଳିଥିଲା। ନିକଟରେ ହେଉଥିବା କେନାଲ କାମରେ ଶିଶୁକୁ ବଳିଦିଆଯାଇଥିବା ସନ୍ଦେହ କରି ଉତେକ୍ତ ଲୋକମାନେ ସ୍କୁଲକୁ ଭଙ୍ଗାରୁଜା କରିବା ସହ ଏକ ଠିକା ସଂସ୍ଥା ର ଗୋଟିଏ ଜେସିବି ମେସିନ ଓ ଅନ୍ୟ ଏକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ସୋସୋ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି।