ନୂଆ ଦିଲ୍ଲୀ ୧୨-୬ (ଓଡିଆ ପୁଅ) ଆଜି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ୪୪ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ-୧୯ ଚିକିତ୍ସା ଓ ପରିଚାଳନାରେ ବ୍ୟବହୃତ ହେଉଥିବା ନିର୍ଦ୍ଦିଷ୍ଟ କେତେକ ସାମଗ୍ରୀ ଉପରୁ ଜିଏସଟି ଦର ହ୍ରାସ କରିବା ଲାଗି ଏହି ବୈଠକରେ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଦରହ୍ରାସ ୩୦ ସେପ୍ଟେମ୍ବର, ୨୦୨୧ ପର୍ଯ୍ୟନ୍ତ ଲାଗୁ ହେବ।
ଏହି ବୈଠକରେ ମଧ୍ୟ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥ ମନ୍ତ୍ରୀ ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
ପରିଷଦ ପକ୍ଷରୁ କରାଯାଇଥିବା ସୁପାରିସର ବିବରଣୀ ନିମ୍ନରେ ଦିଆଗଲା :
| କ୍ରଂ
ସଂ. |
ବିବରଣୀ | ବର୍ତ୍ତମାନର ଜିଏସଟି ଦର | ଜିଏସଟି ପରିଷଦ ପକ୍ଷରୁ ସୁପାରିସ କରାଯାଇଥିବା ଜିଏସଟି ଦର |
| ଔଷଧ | |||
| ୧. | ତୋସିଲିଜୁମାବ | ୫% | ଶୂନ୍ୟ |
| ୨. | ଆମ୍ଫୋଟେରିସିନ ବି | ୫% | ଶୂନ୍ୟ |
| ୩. | ହେପାରିନ୍ ପରି ଆଣ୍ଟି-କୋଗୁଲାଣ୍ଟସ୍ | ୧୨% | ୫% |
| ୪. | ରେମଡିସିଭିର | ୧୨% | ୫% |
| ୫. | କୋଭିଡ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଫାର୍ମା ବିଭାଗ ପକ୍ଷରୁ ସୁପାରିସ କରାଯାଇଥିବା ଔଷଧ | ପ୍ରଯୁଜ୍ୟ ଦର
|
୫% |
| ଅମ୍ଳଜାନ, ଅମ୍ଳଜାନ ଉତ୍ପାଦନ ଉପକରଣ ଏବଂ ଆନୁସଙ୍ଗିକ ଚିକିତ୍ସା ଉପକରଣ | |||
| ୧. | ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ | ୧୨% | ୫% |
| ୨. | ବ୍ୟକ୍ତିଗତ ଆମଦାନନୀ ସମେତ ଅକ୍ସିଜେନ କନସେଣ୍ଟ୍ରେଟର/ଜେନେରେଟର | ୧୨% | ୫% |
| ୩. | ଭେଣ୍ଟିଲେଟର୍ସ | ୧୨% | ୫% |
| ୪. | ଭେଣ୍ଟିଲେଟର ମାସ୍କ/କାନୁଲା/ହେଲମେଟ | ୧୨% | ୫% |
| ୫. | ବିପ୍ୟାପ ମେସିନ | ୧୨% | ୫% |
| ୬. | ହାଇ ଫ୍ଲୋ ନାଜାଲ କ୍ୟାନୁଲା (ଏଚଏଫଏନସି) ଡିଭାଇସ | ୧୨% | ୫% |
| ପରୀକ୍ଷା କିଟ୍ସ ଓ ମେସିନ | |||
| ୧. | କୋଭିଡ ପରୀକ୍ଷା କିଟ୍ସ | ୧୨% | ୫% |
| ୨. | ଡି-ଡାଇମର, ଆଇଏଲ-୬, ଫେରିଟିନ ଓ ଏଲଡିଏଲ ଭଳି ନିର୍ଦ୍ଦିଷ୍ଟ ଇନଫ୍ଲେମ୍ମାଟୋରୀ ନିଦାନ କିଟ୍ସ | ୧୨% | ୫% |
| ଅନ୍ୟାନ୍ୟ Covid-୧୯ ସମ୍ବନ୍ଧୀୟ ଚିକିତ୍ସା ସାମଗ୍ରୀ | |||
| ୧. | ପଲ୍ସ ଅକ୍ସିମିଟର, ବ୍ୟକ୍ତିଗତ ଆମଦାନୀ ସମେତ | ୧୨% | ୫% |
| ୨. | ହ୍ୟାଣ୍ଡ ସାନିଟାଇଜର | ୧୮% | ୫% |
| ୩. | ତାପମାତ୍ରା ମାପନ ଉପକରଣ | ୧୮% | ୫% |
| ୪. | ଶବଦାହ ପାଇଁ ବ୍ୟବହୃତ ଗ୍ୟାସ/ଇଲେକ୍ଟ୍ରିକ/ଅନ୍ୟ ଫର୍ଣ୍ଣେସ, ସେଗୁଡ଼ିକର ସଂଯୋଗ ସମେତ, ଆଦି। | ୧୮% | ୫% |
| ୫. | ଆମ୍ବୁଲାନ୍ସ | ୨୮% | ୧୨% |
ଏହି ସବୁ ଦରହ୍ରାସ/ଛାଡ଼ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଲାଗୁ ରହିବ।