Odiapua.com

୩ ବର୍ଷର ଶିଶୁ;ମୁଖ୍ୟମନ୍ତ୍ରୀଙ୍କ ଠାରୁ ୬ ଗୁଣା ଧନୀ!

ହାଇଦ୍ରାବାଦ:୩ ବର୍ଷର ପିଲା କିନ୍ତୁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ୬ ଗୁଣା ଧନୀ!ସେ ଆଉ କେହି ନୁହଁ, ମୁଖ୍ୟମନ୍ତ୍ରୀଙ୍କ ନିଜ ନାତି।ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତିନି ବର୍ଷର ନାତି ନାରା ଦେବାଂଶଙ୍କ ସମ୍ପତ୍ତିର ମୂଲ୍ୟ ୧୮.୭୧ କୋଟି।ଯାହାକି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ସମ୍ପତ୍ତିଠାରୁ ପ୍ରାୟ ୬ ଗୁଣା ଅଧିକ।ଚନ୍ଦ୍ରବାବୁଙ୍କ ସମ୍ପତ୍ତିର ମୂଲ୍ୟ ୨.୯୯ କୋଟି।ଯେତେବେଳେ କି ତାଙ୍କ ପୁଅ ତଥା ରାଜ୍ୟ ମନ୍ତ୍ରୀ ନାରା ଲୋକେଶଙ୍କର ସମ୍ପତ୍ତିର ମୂଲ୍ୟ ୨୧.୪୦ କୋଟି ବୋଲି ଜଣାପଡ଼ିଛି।ଆନ୍ଧ୍ରପ୍ରଦେଶ ଏକ ପଛୁଆ ରାଜ୍ୟ କହି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରୁଥିବା ବେଳେ ତାଙ୍କ ରାଜ୍ୟର ଏକ ତିନି ବର୍ଷର ଶିଶୁ କୋଟିପତି!ଏଥିରେ ପୁଣି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା?ଅବଶ୍ୟ କୋଟିପତି ଶିଶୁ ଜଣକ ନେଜେ ମୁଖ୍ୟମନ୍ତ୍ରୀଙ୍କର ନାତି!!//ଦେବଦତ୍ତ ରଥ