Odiapua.com

CWC ରେ ତିନୋଟି ପ୍ରସ୍ତାବ ପାରିତ

ନୂଆ ଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) ଆଜି କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକ ବସିଥିଲା। କଂଗ୍ରେସ କାର୍ଯ୍ୟ କମିଟିର ବୈଠକରେ ଅଶୋକ ଗେହଲୋତ୍, ଗୁଲାମ ନବୀ ଏବଂ ଆନନ୍ଦ ଶର୍ମାଙ୍କୁ ଭର୍ତ୍ସନା କରିଛନ୍ତି। ଅଶୋକ ଗେହଲୋଟ୍ କହିଥିଲେ ଯେ ଆପଣ ଏବଂ ମୁଁ ଯାହା ପାଇଛେ ତାହା ପାର୍ଟି ହେତୁ ହୋଇଛି। ଆପଣ ଆଜି ପାର୍ଟିକୁ ମଜବୁତ କରିବା ଉଚିତ୍। ପାଞ୍ଚଟି ରାଜ୍ୟର ନିର୍ବାଚନ ଅଛି, ସେଥିରେ ଧ୍ୟାନ ଦେବା ଉଚିତ୍। ସେ ଏହା ମଧ୍ୟ କହିଥିଲେ ଯେ ଆପଣ ଚାଷୀଙ୍କ ପ୍ରସଙ୍ଗ ଉଠାଇବା ଉଚିତ୍। ଅଶୋକ ଗେହଲୋତେ କହିଥିଲେ ଯେ ସଂଗଠନର ନିର୍ବାଚନ ଅପେକ୍ଷା ପାଞ୍ଚଟି ରାଜ୍ୟର ନିର୍ବାଚନ ଏବଂ କୃଷକଙ୍କ ପ୍ରସଙ୍ଗ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଥି ସହ ଆନନ୍ଦ ଶର୍ମା କହିଛନ୍ତି ଯେ ସଂଗଠନକୁ ମଜବୁତ କରିବା ଜରୁରୀ ହୋଇପଡିଛି।

ଏଥି ସହ ରାହୁଲ ଗାନ୍ଧୀ କହିଛନ୍ତି ଯେ, କୃଷକ ତଥା ଜନସାଧାରଣଙ୍କ ସହ ଜଡିତ ପ୍ରସଙ୍ଗ ଅଧିକ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଆମେ ସେମାନଙ୍କ ପାଇଁ ଲଢେ଼ଇ କରିବା ଉଚିତ୍। ସଂଗଠନ ନିର୍ବାଚନ ହେବ ବୋଲି ରାହୁଲ ଗାନ୍ଧୀ CWC ବୈଠରେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟଯେ, ମେ ମାସରେ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ନିର୍ବାଚନ ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ମେ ’ମାସରେ ଦଳ ମଧ୍ୟ ଜଣେ ନୂତନ ସଭାପତି ପାଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।

ତେବେ ଆଜି CWC ବୈଠକରେ ପାରିତ ହୋଇଥିବା ବିଷୟ ଗୁଡ଼ିକ
ପାରିତ ହୋଇଥିବା ତିନୋଟି ପ୍ରସ୍ତାବ ହେଲା
କୃଷକ ଆଇନ ବିରୋଧରେ କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସରକାର ଏହି ଆଇନ ପ୍ରତ୍ୟାହାର କରିବା ଉଚିତ୍।
ବେସରକାରୀ ଚ୍ୟାନେଲ ସମ୍ପାଦକଙ୍କ ହ୍ୱାଟସ୍ ଆପ୍ ଚାଟ୍ ରେ ଜାତୀୟ ସୁରକ୍ଷା ଅଭାବକୁ ଦୃଷ୍ଟିରେ ରଖି JPC ର ଚାହିଦା।
ସମସ୍ତ ଦେଶବାସୀ କରୋନା ଟିକା ନେବା ଉଚିତ ଏବଂ ଟିକା ତିଆରି ପାଇଁ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରାଯାଇଥିଲା।