Odiapua.com

ଭାରତରେ ପୁଣି ୩ ନୂଆ କରୋନା ସଂକ୍ରମିତ : ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୪କୁ ବୃଦ୍ଧି

ନୂଆ ଦିଲ୍ଲୀ ୭-୩ (ଓଡ଼ିଆ ପୁଅ) ଭାରତରେ ପୁଣି ୩ ନୂଆ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶରେ ରୋଗୀଙ୍କ ସଂଖ୍ୟା ୩୪ କୁ ବୃଦ୍ଧି ପାଇଛି। ଶନିବାର ଦିନ ଦୁଇଜଣ ଲାଦାଖ ଏବଂ ଜଣେ ତାମିଲନାଡୁରେ କରୋନା ଜୀବାଣୁ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି।

ଚୀନରେ ମହାମାରୀ ରୂପ ଧାରଣ କରିଥିବା କରୋନା ଭାଇରସ୍ ଭାରତରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି।

ଓମାନରୁ ଫେରିଥିବା ତାମିଲନାଡୁର ଜଣେ ବ୍ୟକ୍ତି କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି।

ଏହା ବ୍ୟତୀତ ଇରାନରୁ ଲାଦାଖକୁ ଫେରିଥିବା ଦୁଇଜଣ ବ୍ୟକ୍ତି ମଧ୍ୟ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି।