Odiapua.com

କିରାସିନି ଭାବି ଡିବିରେ ପେଟ୍ରୋଲ ପକେଇଥିଲେ: ନିଆଁରେ ପୋଡ଼ି ହୋଇ ତିନି ଗୁରୁତର

ମୟୁରଭଞ୍ଜ ୨୫-୭ (ଓଡ଼ିଆ ପୁଅ) ମୟୂରଭଞ୍ଜ ଶରତ ଥାନା କଟୁରିଆ ଗାଁରେ ଅଘଟଣ ଘଟିଛି। ମିଳିଥିବା ସୂଚନା ମତେ, କିରାସିନି ଭାବି ଡିବିରେ ପେଟ୍ରୋଲ ପକାଇଥିବା କାରଣରୁ ଅଚାନକ ନିଆଁ ଲାଗିଯାଇଥିଲା। ଏହି ନିଆଁରେ ତିନିଜଣ ଗୁରୁତର ଭାବେ ଜଳିଯାଇଛିନ୍ତି। ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଥିବା ବେଳେ ସଙ୍କଟାପର୍ଣ୍ଣ ଅବସ୍ଥାରେ ସେମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରାଯାଇଛି।