Odiapua.com

ରବିବାର ଥିଲା ଲକଡାଉନ, ମଦ ଦୋକାନ ଥିଲା ବନ୍ଦ, ମିଳିଲାନି ମଦ, ତିନି ଭାଇ ପାଞ୍ଚ ଲିଟର ସାନିଟାଇଜର ଆଣି ପିଇଲେ, ସମସ୍ତେ ମୃତ

ଭୋପାଳ ୨୪ ମାର୍ଚ୍ଚ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ଭୋପାଳରେ ରବିବାର ଲକ୍‌ଡାଉନ୍‌ ଥିଲା। ଲକଡାଉନ୍‌ ସମୟରେ ତିନି ଭାଇ ମଦ ପିଇବା ପାଇଁ ବାୟା ହୋଇଯାଇଥିଲେ। ସେମାନେ ସେଥିପାଇଁ ସାନିଟାଇଜର କିଣି ଆଣିଥିଲେ। ଏହା ପରେ ତିନିଜଣ ଏଥିରୁ କେବଳ ତିନି ଲିଟର ରବିବାର ଏବଂ ସୋମବାର ଦିନ ପିଇଥିଲେ। ସାନିଟାଇଜର ପିଇବା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଲା ସମସ୍ତେ ମୃତ୍ୟୁ ବରଣ କଲେ।

ପୋଲିସ ଅନୁଯାୟୀ ଏମାନେ ବିବାହିତ, କିନ୍ତୁ ପରିବାରଠାରୁ ଦୂରରେ ରୁହନ୍ତି ଏବଂ ଭୋପାଳରେ କାମ କରନ୍ତି। ଜଣେ ରଙ୍ଗ ମିସ୍ତ୍ରୀ ହୋଇଥିବା ବେଳେ ଅନ୍ୟ ଦୁଇବାଇ ଶ୍ରମିକଭାବେ କାମ କରନ୍ତି। ତାଙ୍କ ପରିବାର ସଦସ୍ୟ ପୋଲିସକୁ କହିଥିଲେ ଯେ ଲକଡାଉନ୍‌ କାରଣରୁ ମଦ ଦୋକାନ ବନ୍ଦ ଥିଲା ସେଥିପାଇଁ ସେମାନେ ୫ ଲିଟର ସାନିଟାଇଜର କିଣିଆଣିଥିଲେ। ରବିବାର ସାନିଟାଇଜର ପିଇବା ପରେ ଏହି ଲୋକମାନେ ଅଣନିଶ୍ୱାସି ଅନୁଭବ କରିଥିଲେ। ଏହା ପରେ ପୁଣି ଏହି ଲୋକମାନେ ସୋମବାର ପୁଣି ପିଇଲେ। ଏହା ପରେ ବିଳମ୍ବିତ ରାତିରେ ଜଣେ ତାଙ୍କ ଘରେ ମୃତାବସ୍ତାରେ ମିଳିଥିବା ବେଳେ ମଙ୍ଗଳବାର ସକାଳେ ଦୁଇଜଣ ଚେତାଶୂନ୍ୟ ଅବସ୍ଥାରେ ମିଳିଥିଲେ। ଏହା ପରେ ପୋଲିସ ତାଙ୍କୁ ହସ୍ପିଟାଲକୁ ନେଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାସ୍ଥଳରୁ ସାନିଟାଇଜରର ଏକ କେନ ଉଦ୍ଧାର କରିଛି ପୋଲିସ୍। ତଥାପି ଏଥିରେ ୨ ଲିଟର ସାନିଟାଇଜର ଅଛି। ଅବଶିଷ୍ଟ ତିନି ଲିଟର ତିନି ଭାଇ ପିଇଥିଲେ। ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।