Odiapua.com

ଜାମ୍ମୁ କାଶ୍ମୀରରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ

ନୂଆ ଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) : ସୋମବାର ସକାଳ ୪.୩୬ ସମୟରେ ଜାମ୍ମୁ କାଶ୍ମୀରର ୩.୨ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।

ଭୂମିକମ୍ପର କେନ୍ଦ୍ରସ୍ଥଳ ପାଞ୍ଚ କିଲୋମିଟର ଗଭୀରରେ ଥିଲା। ଭୂକମ୍ପନ ଯୋଗୁଁ କୌଣସି କ୍ଷୟକ୍ଷତି ଖବର ଆସି ନାହିଁ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି।

ସୂଚନାଯୋଗ୍ୟଯେ, ଦିଲ୍ଲୀ ଏବଂ ଏନ୍‌ସିଆର୍‌ରେ ସିରିଜ୍ ଭୂମିକମ୍ପ ପରେ ଗତକାଲି ଗୁଜୁରାଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସଂଧ୍ୟା ୮.୧୩ ମିନିଟରେ ୫.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରାଜକୋଟଠାରୁ ୧୨୨ କିଲୋମିଟର ଉତ୍ତର-ଉତ୍ତର ପଶ୍ଚିମରେ ଥିଲା।