Odiapua.com

ଇଲଣ୍ଡ ବନାମ ଭାରତ ଦ୍ୱିତୀୟ ଟେଷ୍ଟ ପ୍ରଥମ ଦିନ : ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ, ଶୂନ୍ୟରେ ପ୍ରଥମ ୱିକେଟ୍ ଭାରତ ୩୧/୧

ନୂଆଦିଲ୍ଲୀ ୧୩ ଫେବୃଆରୀ (ଓଡିଆ ପୁଅ) ଆଜିଠାରୁ ଚେନ୍ନାଇରେ ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହୋଇଛି। ଆଜି ମ୍ୟାଚର ପ୍ରଥମ ଦିନ। ଟସ୍ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ପାଇଁ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଓପନିଂରେ ଆସିଥିଲେ। ଖାତା ନ ଖୋଲି ଗିଲ ପାଭିଲିୟନକୁ ଫେରିଛନ୍ତି। ବର୍ତ୍ତମାନ ରୋହିତ ଶର୍ମା ଏବଂ ଚେତେଶ୍ୱର ପୂଜାରା ଏହି କ୍ରିଜରେ ଉପସ୍ଥିତ ଅଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ସ୍କୋର ୯ ଓଭରରେ ଗୋଟିଏ ୱିକେଟ ହରାଇ ଭାରତ ୩୧ ରନ୍‌ ସଂଗ୍ରହ କରିଛି। ରୋହିତ ଶର୍ମା ୨୪ ଏବଂ ଚେତେଶ୍ୱର ପୂଜାରା ୭ ରନ୍‌ କରି ଖେଳୁଛନ୍ତି।

ଦଳରେ କୁଲଦୀପ ଏବଂ ଅକ୍ଷର ପଟେଲ

ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଖେଳୁଥିବା ଏକାଦଶରେ ସ୍ପିନର କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଥମ ଟେଷ୍ଟରେ ମଧ୍ୟ କୁଲଦୀପଙ୍କୁ ଦଳରେ ରଖିବାର ଆଲୋଚନା ହୋଇଥିଲା। ଏହା ହେଉଛି ଅକ୍ଷର ପଟେଲଙ୍କ ଡେବ୍ୟୁ ମ୍ୟାଚ୍‌। ଏହି ମ୍ୟାଚ୍ ପାଇଁ ଭାରତ ସ୍ପିନ୍ ଆକ୍ରମଣକୁ ମଜବୁତ କରିଛି। କେବଳ ଏତିକି ନୁହେଁ ଜସପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି, ମହମ୍ମଦ ସିରାଜଙ୍କୁ ତାଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି।

ଭାରତ ଏକାଦଶ
ରୋହିତ ଶର୍ମା, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଅକ୍ଷର ପଟେଲ, ଆର ଅଶ୍ୱିନ, କୁଲଦୀପ ଯାଦବ, ଇଶାନ୍ତ ଶର୍ମା ଏବଂ ମହମ୍ମଦ ସିରାଜ।

ଇଂଲଣ୍ଡର ଏକାଦଶ
ରୋରି ବର୍ନସ୍, ଡ୍ୟାମ୍ ସିବିଲି, ଡନ୍ ଲରେନ୍ସ, ଜୋ ରୁଟ୍, ବେନ୍ ଷ୍ଟୋକ୍ସ, ଓଲି ପୋପ୍, ବେନ୍ ଫକ୍ସ, ମୋଏନ୍ ଅଲି, ଜ୍ୟାକ୍ ଲିଚ୍, ଷ୍ଟୁଆର୍ଟ ବ୍ରଡ୍, ଓଲି ଷ୍ଟୋନ୍।