Odiapua.com

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ୨୦୧୮

ନୟାଗଡ଼, ୨୩ା୪: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ୨୦୧୮ ସୋମବାର ୨୩ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ ହେବା ଅବସରରେ ନୟାଗଡ଼ ପରୁଣା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଶିବିରକୁ ଜିଲ୍ଳାପାଳ ଅରିନ୍ଦମ ଡାକୁଆ ଉଦ୍ଘାଟନ କରିଛନ୍ତି। ନୟାଗଡ଼ ଆଂଚଳିକ ପରିବହନ ବିଭାଗ ତଥା ନୟାଗଡ଼ ଘରୋଇ ବସ ମାଲିକ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଆଶିଷ କୁମା ସିଂ, ପରିବହନ ଅଧିକାରୀ ପ୍ରଭାକର ପାଣିଗ୍ରାହୀ, ଏସଡିପିଓ ଜୟରାମ ଶତପଥୀ, ନୟାଗଡ଼ ଟାଉନ ଥାନା ଅଧିକାରୀ ରଶ୍ମୀରଂଜନ ପଟ୍ଟନାୟକ, ଟି.ଆଇ ଟି.ଦୁର୍ଗାପ୍ରସାଦ ରାଓ, ଘରୋଇ ବସ ମାଲିକ ସଂଘ ସଭାପତି ମନୋଜ କୁମାର ନାୟକ, ଉପସଭାପତି ଶତୃଘ୍ନ ମହାପାତ୍ର, ରାମଚନ୍ଦ୍ର ବେହେରା, ସଂପାଦକ ଶେକ୍ ୟୁସୁଫ୍, ନୀହାର ରଂଜନ ବେହେରା, ପୀତବାସ ମୁଦୁଲି, ରାଜେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନୟାଗଡ଼ ଟ୍ରାଫିକ ଛକଠାରେ ପଥଚାରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କୀତ ସଚେତନତା କରାଯାଇଥିଲା। ଏଥିରେ ସ୍କୁଲ, କଲେଜର ସ୍କାଉଟ୍ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ବେପରୁଆ ଗାଡ଼ି ଚାଳନା ଏବଂ ସଡ଼କ ବ୍ୟବହାରୀମାନଙ୍କ ଅସାବଧାନତା ଯୋଗୁଁ ଘଟୁଥିବା ଦୁର୍ଘଟଣା ଏପରିକି ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସଡ଼କ ସୁରକ୍ଷା ସପ୍ତାହ ପାଳନ ପରିପ୍ରେକ୍ଷୀରେ ସଡ଼କକୁ ଦୁର୍ଘଟଣା ମୁକ୍ତ କରିବା ସହ ସଡ଼କ ଦୁର୍ଘଟଣା ଓ ଏହାର ଭୟାବହତା ରୋକିବା ପାଇଁ ସମସ୍ତ ସହଯୋଗ କାମନା କରାଯାଇଥିଲା। ସହରସାରା ମାଇକ ଯୋଗେ ସଡ଼କ ସୁରକ୍ଷାର ସଚେତନତା ଓ ମୋଟରସାଇକେଲ ଚାଳକମାନଙ୍କୁ ହେଲମେଟ ପିନ୍ଧି ଯାତାୟାତ କରିବା ପାଇଁ ଘୋଷଣା କରାଯାଇଥିଲା।