Odiapua.com

କଳମଛୁଇଁ ଶିଶୁମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ

ତାଳଚେର,୨୨/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର‌୍ୟ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁଃଖବନ୍ଧୁ ସାହୁ,ସମ୍ମାନୀତ ଅତିଥି ଭାବରେ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ,ବଡଯୋରଡା ଶିଶୁମନ୍ଦିରର ପ୍ରଧାନାଚାର‌୍ୟ୍ୟ ମାୟାଧର ସାହୁ ଓ ମୁଖ୍ୟ ବକ୍ତା ଭାବରେ ଆଚାର‌୍ୟ୍ୟ ରବିନ୍ କୁମାର ବରାଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ମହାନ୍ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ୍ ଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରିବା ସହ ଜାତୀୟ ଗଣିତ ଦିବସ ପାଳନର ମହତ୍ୱ ଓ ଗଣିତଜ୍ଞ ରାମାନୁଜନ୍ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ଆଚାର‌୍ୟ୍ୟ ଶରତ ଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର‌୍ୟ୍ୟ ପ୍ରିୟଙ୍କା ବେହେରା ଓ ବୈଦେହୀ ସାହୁ କାର‌୍ୟ୍ୟକ୍ରମରେ ପରିଚାଳନା କରିଥିଲେ। କାର‌୍ୟ୍ୟକ୍ରମରେ ଆଚାର‌୍ୟ୍ୟ ତ୍ରିଲୋଚନ ବେହେରା,କୁମୁଦ ଚନ୍ଦ୍ର ବେହେରା,ବସନ୍ତ ମହାନ୍ତି,ଶୁଶ୍ରୀ ତ୍ରିପାଠୀ,ପବିତ୍ର ସାହୁ,ସବିତା ସାହୁ,କଳ୍ପନା ସାହୁ,ଅଜୟ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।ଆଚାର‌୍ୟ୍ୟ କିଶୋର ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।