Odiapua.com

କେନ୍ଦ୍ରାପଡା ଜିଲ୍ଲାରେ ୨୭ କରୋନା ପଜିଟିଭ

କେନ୍ଦ୍ରାପଡା ୬/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲାରେ ବୁଧବାର ୩୭ଜଣ କରୋନା ପଜିଟିଭ ବାହାରିଥିବା ବେଳେ ଆଜି ୨୭ଜଣ କରୋନା ପଜିଟିଭ ବାହାରିଛନ୍ତି। ଆଜି ବାହାରିଥିବା ପଜିଟିଭ କେଶ ମଧ୍ୟରୁ ଆଳି ବ୍ଲକର ୬ଜଣ, କେନ୍ଦ୍ରାପଡା ବ୍ଲକର ୭ଜଣ, କେନ୍ଦ୍ରାପଡା ପୈାରାଚଂଳରେ ଜଣେ ମହାକାଳପଡା ବ୍ଲକରେ ୨ଜଣ, ପଟ୍ଟାମୁଣ୍ଡାଇ ବ୍ଲକରେ ୨ଜଣ, ଡେରାବିଶି ବ୍ଲକରେ ୬ଜଣ, ରାଜକନିକା ବ୍ଲକରେ ୨ଜଣ ଓ ରାଜନଗର ବ୍ଲକରେ ଜଣେ। ଆଳିର ତେଲେଙ୍ଗାନାରୁ ଫେରିଥିବା ୨ଜଣ, ଜଣେ କରୋନା ପଜିଟିଭର ସଂସ୍ପର୍ଶରେ ଆସିଥିବା ୩ଜଣ ଓ ଗୋଟିଏ ଲୋକାଲ କେଶ ଥିବା ବେଳେ କେନ୍ଦ୍ରାପଡା ବ୍ଲକର ଡାମନ ଓ ଡିୟୁରୁ ଫେରିଥିବା ଜଣେ, ତେଲେଙ୍ଗାନାରୁ ଫେରିଥିବା ୨ଜଣ, ଜଣେ କରୋନା ପଜିଟିଭର ସଂସ୍ପର୍ଶରେ ଆସିଥିବା ୩ଜଣ ଓ ଭୁବନେଶ୍ୱର ଏକ ବେସରକାରୀ ହସପିଟାଲରେ ଥିବା ଜଣେ, କେନ୍ଦ୍ରାପଡା ପୋରାଚଂଳର ଜଣକ ଲୋକାଲ କେଶ ହୋଇଥିବା ବେଳେ ମହାକାଳପଡା ବ୍ଲକର ଜଣେ କର୍ଣ୍ଣାଟକ ଓ ଅନ୍ୟ ଜଣେ ତେଲେଙ୍ଗାନା ଫେରନ୍ତା। ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ୩ଜଣ କର୍ଣ୍ଣାଟକ ଫେରନ୍ତା ହୋଇଥିବା ବେଳେ ଡେରାବିଶି ବ୍ଲକର ଜଣେ କରୋନା ପଜିଟିଭର ସଂସ୍ପର୍ଶରେ ଆସିଥିବା ୫ଜଣ ଓ ଭୁବନେଶ୍ୱର ଏକ ବେସରକାରୀ ହସପିଟାଲରେ ଥିବା ଜଣେ, ରାଜକନିକା ବ୍ଲକର ୨ଜଣଙ୍କ ମଧ୍ୟରୁ ତେଲେଙ୍ଗାନା ଫେରନ୍ତା ଜଣେ ଓ ପଶ୍ଚିମବଙ୍ଗ ଫେରନ୍ତା ଜଣେ ଏବଂ ରାଜନଗର ବ୍ଲକର ଭୁବନେଶ୍ୱର ଏକ ବେସରକାରୀ ହସପିଟାଲରେ ଥିବା ଜଣେ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।