Odiapua.com

୭ ଦିନିଆ ପୋଲିସ୍ ରିମାଣ୍ଡରେ ଦୀପ ସିଦ୍ଧୁ – ହୋଇପାରେ ବଡ ଖୁଲାସା

ନୂଆଦିଲ୍ଲୀ ୦୯ ଫେବୃଆରୀ (ଓଡ଼ିଆ ପୁଅ) : ଲାଲକିଲ୍ଲା ହିଂସା ତଥା ଧାର୍ମିକ ପତାକା ଉତ୍ତୋଳନ ଅଭିଯୋଗରେ ଅଭିଯୁକ୍ତ ଦୀପ ସିଦ୍ଧୁକୁ ଦିଲ୍ଲୀ କୋର୍ଟ ଦ୍ୱାରା ୭ ଦିନିଆ ପୋଲିସ ହେପାଜତକୁ ପଠାଯାଇଛି।

କେନ୍ଦ୍ରର ନୂତନ କୃଷି ନିୟମକୁ ବିରୋଧ କରି ଗଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ପରେଡରେ ଲାଲକିଲ୍ଲାରେ ହିଂସା ଘଟଣାରେ ସୋମବାର ରାତିରେ ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁକୁ ଗିରଫ କରାଯାଇଥିଲା।

ଅଧିକାରୀ କହିଛନ୍ତି ଯେ ସିଦ୍ଧୁଙ୍କୁ ସୋମବାର ରାତି ୧୦.୪୦ ସମୟରେ କର୍ଣ୍ଣଲ ବାଇପାସରୁ ଗିରଫ କରାଯାଇଥିଲା। ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ଜନତାଙ୍କୁ ଉତ୍ତେଜିତ କରିବା ସଂପର୍କରେ ସେ ଏକ ମାମଲା ରୁଜୁ କରିଥିବା ସେ କହିଛନ୍ତି।