Odiapua.com

ନୂଆ ଶିକ୍ଷାନୀତି ଉପରେ ଆସନ୍ତା ୪ତାରିଖରେ ଓ.ଡି.ୱାଇ.ଏ ପକ୍ଷରୁ ଆଲୋଚନା

ତାଳଚେର,୨/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଓଡ଼ିଶା ଡେଭଲପମେଂଟ ଫର ୟୁଥ ଆସୋସିଏସନ (ଓ.ଡି.ୱାଇ.ଏ) ପକ୍ଷରୁ କେନ୍ଦ୍ର ସରକାରଙ୍କର ନୂତନ ଶିକ୍ଷାନୀତି ଉପରେ ବ୍ୟାପକ ଆଲୋଚନା କାର୍ଯ୍ୟକ୍ରମ ଆନ୍ତା ଅଗଷ୍ଟ ୪ତାରିଖ ମଙ୍ଗଳବାର ଦିନ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ । ଏଥିରେ ନୂତନ ଶିକ୍ଷ।।ନୀତି ଉପରେ ବହୁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ ମାନେ ଉକ୍ତ ଆଲୋଚନାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଏହି ୱେବନାର କାର୍ଯ୍ୟକ୍ରମରେ ରାଉରକେଲା ଏନ୍‌.ଆଇ.ଟି.ର ପ୍ରଫେସର ଡ. ଦେବାୟନ ସରକାର,ରାଉରକେଲା ମ୍ୟୁନିସିପାଲିଟି କଲେଜର ବଟାନି ବିଭାଗର ପ୍ରଫେସର ଡ. ସନାତନ ପ୍ରଧାନ,ବିଶିଷ୍ଟ ଶିକ୍ଷାବିତ ଡ. ରତ୍ନାକର ପାଣିଗ୍ରାହୀ ଡାଇରେକ୍ଟର ଏସଡିଆରସି ଏବଂ ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ବିପିନ ବିହାରୀ ନନ୍ଦ(ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୂଖ୍ୟ) ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ନୂଆ ଶିକ୍ଷା ନୀତି ବିଭିନ୍ନ ପ୍ରଶ୍ନର ଉତର ରଖିବେ ଏବଂ ଆଲୋଚନା ଓ ପର୍ଯ୍ୟାଲୋଚନା କରିବେ ବୋଲି ଓ.ଡି.ୱାଇ.ଏ. ସଙ୍ଗଠନର ସଭାପତି ସାଗର କୁମାର ସାହୁ ପ୍ରକାଶ କରିଛନ୍ତି । ଆସନ୍ତା ୪ ତାରିଖ ସନ୍ଧ୍ୟା ୩ଟାରୁ ୮ଟା ମଧ୍ୟରେ ଜୁମ୍ ଆପ୍ ଜରିଆରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଛାତ୍ରଛାତ୍ରୀ,ଅଭିଭାବକ,ଶିକ୍ଷାବିତ୍‌,ଶିକ୍ଷକ,ଅଧ୍ୟାପକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଯୋଗାଯୋଗ ପାଇଁ ୭୦୦୮୪୮୧୧୩୬ ଓ ୯୩୩୭୯୭୬୭୦୦ ନଂରେ ଯୋଗାଯୋଗ କରିବାକୁ ସଙ୍ଗଠନର ସାଧାରଣ ସମ୍ପାଦକ ଇତନୁ ଭୁକ୍ତା ଜଣାଇଛନ୍ତି ।