Odiapua.com

ଦକ୍ଷୀଣ କାଲିଫର୍ଣ୍ଣିଆରେ ଗତ ୨୫ ବର୍ଷରେ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ

ନୂଆ ଦିଲ୍ଲୀ ୬-୭ (ଓଡ଼ିଆ ପୁଅ) ଦକ୍ଷୀଣ କାଲିଫର୍ଣ୍ଣିଆରେ ଶକ୍ତିଶାଲୀ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି। ଏହାର ତୀବ୍ରତା ୭.୧ ଥିଲା ବୋଲି କୁହାଯାଉଛି। ଶୁକ୍ରବାର ଦିନ ରିଜକ୍ରେଷ୍ଟ ନିକଟରେ ଏହା ଅନୁଭୁତ ହୋଇଛି।

ଗୁରୁବାରଦିନ ମଧ୍ୟ ଦକ୍ଷୀଣ କାଲିଫର୍ଣ୍ଣିଆରେ ଗୁରୁବାର ସକାଳେ ୬.୪ ତୀଵ୍ରତାର ଭୂକମ୍ପର ଝଟକା ଅନୁଭବ କରାଯାଇଥିଲା। ଆମେରିକା ଜିଓଲୋଜିକାଲ ସର୍ଭେ କହିଛି କି ଅଧିକାରୀମାନେ ଚେତାବନୀ ଦେଇଥିଲେ କି ପୁନଃ ଝଟକା ଅନୁଭବ କରିପାରନ୍ତି। ଝଟକା ସ୍ଥାନୀୟ ସମୟାନୁସାରେ ୧୦ଟା ୩୩ ମିନଟରେ ସୈନ ବର୍ନାର୍ଡିନୋ କାଉଣ୍ଟିରେ ସିୟରଲେସ ଭ୍ୟାଲିରୁ ମାତ୍ର ୧୦ କିଲୋମିଟର ଦୂର ମରୁଭୂମି କ୍ଷେତ୍ରରେ ଅନୁଭବ କରାଯାଇଥିଲା।

ଆମେରୀକାର ରାଷ୍ଟ୍ରପତି ଟ୍ଵୀଟ କରି ଦାବା କରିଥିଲେ କି ସବୁ କିଛି ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣରେ ଅଛି। ଅଧିକାରୀମାନେ କହିଥିଲେକି ମୌଳିକ ସୁବିଧାଗୁଡ଼ିକୁ ବହୁତ କ୍ଷତିଗ୍ରସ୍ତ ହୋଇଛି।

ଏହାର ପ୍ରଭାବ ଲସ ଏଞ୍ଜେଲସ୍ ରୁ ୧୬୦ ମାଇଲ ଦୂର ପର୍ଯ୍ୟନ୍ତ ଏପରିକି ପଡ଼ୋଶୀ ସହର ନବେଡା ଲସ ବେଗସରେ ମଧ୍ୟ ଅନୁଭୁତ ହୋଇଥିଲା। କାଲିଫର୍ଣ୍ଣିଆରେ ୧୯୯୯ ରେ ଆସିଥିବା ୭.୭ ତୀଵ୍ରତା ର ଭୂକମ୍ପ ପରେ ଏହା ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ଝଟକା ଅଟେ। ଏହା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ ଟ୍ଵୀଟ କରି ସବୁକିଛି ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି।’

ସୈନ ବର୍ନାର୍ଡିନୋ କାଉଣ୍ଟିଟୀର ଦମକଳ ବିଭାଗ କହିଛି ବିଲ୍ଡିଂ ଏବଂ ସଡ଼କ କ୍ଷତିଗ୍ରସ୍ତ ହୋଇଛି।