Odiapua.com

ଭଲଖବର – ସୁସ୍ଥ ହେଲେ ୨୪୩ କରୋନା ଆକ୍ରାନ୍ତ – ମୋଟ ସୁସ୍ଥଙ୍କ ସଂଖ୍ୟା ୫୧୮୯

ଭୁବନେଶ୍ୱର ୩୦-୬ (ଓଡ଼ିଆ ପୁଅ) ଓଡ଼ିଶାରୁ ଆସୁଛି ଭଲଖବର। ରାଜ୍ୟରେ ସୁସ୍ଥ ଅଧିକ ହେଉଛନ୍ତି। ତେବେ ଆଜି ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ ହୋଇଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ୨୪୩ ଜଣ କରୋନା ଆକ୍ରାନ୍ତ। ତେବେ ରାଜ୍ୟରେ ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୫୧୮୯ରେ ପହଁଚିଛି।

ଜାଣନ୍ତୁ କେଉଁ ଜିଲ୍ଲାରୁରୁ କେତେ ସୁସ୍ଥ

– ୫୯ ଜଣ ଗଜପତିଜିଲ୍ଲାରୁ
– ୪୧ ଜଣ ଗଞ୍ଜାମ ଜିଲ୍ଲାରୁ
– ୩୮ ଜଣ ଖୋର୍ଦ୍ଧା ଜିଲ୍ଲାରୁ
– ୧୭ ଜଣ କନ୍ଧମାଳ ଜିଲ୍ଲାରୁ
– ୧୫ ଜଣ ଝାରସୁଗୁଡ଼ା ଜିଲ୍ଲା
– ୧୦ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
– ୮ ଲେଖାଏଁ ଜଣ ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରୁ
– ୭ ଜଣ କୋରାପୁଟ ଜିଲ୍ଲାରୁ
– ୬ ଲେଖାଏଁ ଜଣ ବଗଗଡ଼ ଜିଲ୍ଲା ଏବଂ ମୟୁରଭଞ୍ଜ ଜିଲ୍ଲାରୁ
– ୫ ଜଣ ଜଗତସିଂହପୁର ଜିଲ୍ଲାରୁ
– ୪ ଲେଖାଏଁ ଜଣ କଟକ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରୁ
– ୨ ଜଣ ବାଲେଶ୍ୱର ଜିଲ୍ଲାରୁ
– ଜଣେ କଳାହାଣ୍ଡି ଜିଲ୍ଲାରୁ
ସୁସ୍ଥ ହୋଇଛନ୍ତି ବୋଲି ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।