Odiapua.com

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୨୪ ଲୋକସଭା ସାଂସଦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ ସେପ୍ଟେମ୍ବର ୧୪ (ଓଡିଆ ପୁଅ) ସୋମବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ଲୋକସଭାର ଚବିଶ ଜଣ ସଦସ୍ୟ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ଟେଷ୍ଟରେ ପଜିଟିଭ୍ ଆସିଛନ୍ତି।

ଖବର ଅନୁଯାୟୀ, ଅନୁଯାୟୀ ୨୪ ଜଣଙ୍କ ମଧ୍ୟରେ ମୀନାକ୍ଷୀ ଲେଖୀ, ଅନନ୍ତ କୁମାର ହେଗଡେ ଏବଂ ପରଭେଶ ସାହିବ ସିଂ ଅଛନ୍ତି।

ବିଳମ୍ବିତ ଅଧିବେଶନର ପ୍ରଥମ ଦିନରେ ପ୍ରାୟ ୨୦୦ ସଦସ୍ୟ ଲୋକସଭା ଚାମ୍ବରରେ ଉପସ୍ଥିତ ଥିଲେ ଏବଂ ୩୦ ରୁ ଅଧିକ ସଦସ୍ୟ ମୁଖ୍ୟ ଚାମ୍ବର ଉପରେ ଅବସ୍ଥିତ ପରିଦର୍ଶକ ଗ୍ୟାଲେରୀରେ ବସିଥିଲେ। ଦୂରତାକୁ ସୁନିଶ୍ଚିତ କରିବା ପାଇଁ ସଦସ୍ୟମାନଙ୍କ ବେଞ୍ଚ ସମ୍ମୁଖରେ ପ୍ଲାଷ୍ଟିକ୍ ସିଲ୍ଡ ଲଗାଯାଇଥିଲା।

ସାଧାରଣତଃ ୬ ଜଣ ସଦସ୍ୟଙ୍କ ପାଇଁ ରହିଥିବା ବେଞ୍ଚଗୁଡ଼ିକରେ କେବଳ ତିନିଜଣଙ୍କ ପାଇଁ ବସିବା ଯୋଜନା ଥିଲା।