Odiapua.com

ଝାରସୁଗୁଡ଼ାର ଏକ ଇଞ୍ଜିନିୟରିଂ ସ୍କୁଲରେ ୨୧ କୋରୋନା ପଜିଟିଭ

ଝାରସୁଗୁଡ଼ା ୨୭-୩ (ଓଡ଼ିଆ ପୁଅ) ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରୁ ୨୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୩ଜଣ ଷ୍ଟାଫ ଓ ୮ଜଣ ଛାତ୍ରଛାତ୍ରୀ ରହିଥିବା ଜଣାପଡ଼ିଛି। ସେଥିପାଇଁ ଝାରସୁଗୁଡ଼ା ପ୍ରଶାସନ ତରଫରୁ ତହସିଲଦାର, ପୌରପରିଷଦ ଅଧିକାରୀ ଏବଂ ମେଡିକାଲ ଦଳ ଇଞ୍ଜିନିୟରିଂ ସ୍କୁଲକୁ ଯାଇ ସ୍ଥିତି ପରିଖିବା ସହିତ ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତଙ୍କୁ ହୋଷ୍ଟେଲରେ ଆଇସୋଲେସନରେ ରଖାଯିବା ସହ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି। ଅନ୍ୟପଟେ ବିଦ୍ୟାଳୟ ଓ ହୋଷ୍ଟେଲକୁ ସାନିଟାଇଜ କରାଯାଇଛି।