Odiapua.com

ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଗଲେ ଯାତ୍ରୀ

ନବରଙ୍ଗପୁର, ୩୦/୧୦, (ଓଡ଼ିଆ ପୁଅ ପି ନାୟକ):ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରୀ ଛକ ନିକଟରେ ଏମ.ଏସ.ବି ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଫଳରେ ମରଣ ମୁହଁ ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ମିଳିଥିବା ସୂଚନା ଅନୁସାରେ, ଗାଡି ଉମରକୋଟଠାରୁ ବାହାରି ନବରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ ୩୯ ନମ୍ବର ରାଜ୍ୟ ରାଜପଥ ଉପରେ ଗାଡିର ଚାରୋଟି ଚକ ବାହାରି ପଡିଥିଲା। ଯାହାଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଚାଲିଯାଇଥିଲା। କିନ୍ତୁ ବସ୍ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗାଡିଟି ସାମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ଯାହାଫଳରେ ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଯାଇଥିଲା।