Odiapua.com

ଟୋକିଓ ଅଲିମ୍ପିକ୍ସରେ ଲାଗିଲା ବ୍ରେକ୍ – ବର୍ଷେ ଘୁଞ୍ଚିଲା ଏବେ ହେବ ୨୦୨୧ ରେ

ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କରୋନା ଭୂତାଣୁ ଯୋଗୁଁ ଟୋକିଓ ଅଲିମ୍ପିକ୍ସକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି। ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଅଲିମ୍ପିକ୍ ଗେମ୍ସ ପାଇଁ ଖେଳାଳି ନ ପଠାଇବାକୁ ନିଷ୍ପତ୍ତି ନେବା ପରେ ଖେଳକୁ ଏକ ବର୍ଷ ସ୍ଥଗିତ ରଖିବାକୁ ଚାପ ପଡିଥିଲା।

ଅଲମ୍ପିକ୍ ଗେମ୍ସ ୨୪ ଜୁଲାଇରୁ ୯ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିଲା। ବର୍ତ୍ତମାନ ଅଲିମ୍ପିକ୍ସ ୨୦୨୧ ରେ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ, କୋଭିଡ୍ -୧୯ ଯୋଗୁଁ ସାରା ବିଶ୍ୱରେ ୧୭, ୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଅଲିମ୍ପିକ୍ ଗେମ୍ସ ପାଇଁ ଜାପାନର ଷ୍ଟାଡିୟମ୍ ବହୁ ପୂର୍ବରୁ ପ୍ରସ୍ତୁତ ଥିଲା ଏବଂ ବହୁ ସଂଖ୍ୟକ ଟିକେଟ୍ ମଧ୍ୟ ବିକ୍ରି ହୋଇସାରିଥିଲା। କରୋନା ଭାଇରସ୍ ଯୋଗୁଁ ଅଧିକାଂଶ ଖେଳାଳିଙ୍କପାଇଁ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି କରିବା କଷ୍ଟସାଧ୍ୟ ହୋଇଥିଲା।

ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଲେଯେ, ଖେଳକୁ ଏକ ବର୍ଷ ସ୍ଥଗିତ ରଖିବାକୁ ସେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିକୁ ନିବେଦନ କରିଥିଲେ। ଆଇଓସି ରାଜି ହେବାପରେ ଖେଳକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିବାକୁ ସ୍ଥିର କରାଯାଇଛି।

ସୂଚନାଯୋଗ୍ୟଯେ, ଆନ୍ତର୍ଜାତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓସି) ଅଲିମ୍ପିକ୍ ଗେମ୍ସ ସ୍ଥଗିତ ରଖିବା ପାଇଁ କୌଣସି କଠୋର ପଦକ୍ଷେପ ପ୍ରଥମେ ନେଇ ନଥିଲା। ତେଣୁ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବ ନାହିଁ ବୋଲି କାନାଡା ପ୍ରଥମେ ଘୋଷଣା କରିଥିଲା।