Odiapua.com

ଲଦାଖରେ ଭାରତ ଚୀନ ସେନା ମଧ୍ୟରେ ସଂଘର୍ଷ – ୨୦ ସୈନିକ ଶହୀଦ – ରିପୋର୍ଟ

ନୂଆ ଦିଲ୍ଲୀ ୧୬-୬ (ଓଡ଼ିଆ ପୁଅ) ପୂର୍ବ ଲଦାଖର ଗାଲଭାନ୍ ଭ୍ୟାଲିରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଛି ବୋଲି ସରକାରୀ ସୂତ୍ରରୁ ନ୍ୟୁଜ୍ ଏଜେନ୍ସି ANI ସୂଚନା ଦେଇଛି।
ଚୀନ୍‌ର କିଛି ସୈନିକଙ୍କୁ ମଧ୍ୟ କ୍ଷତି ପହଁଚିଛି। କିନ୍ତୁ ଏହାର କୌଣସି ରିପୋର୍ଟ ହୋଇନାହିଁ। କିନ୍ତୁ ଚୀନର ପ୍ରାୟ ୪୩ ଜଣ ମୃତାହତ ହୋଇଛନ୍ତି।
ପୂର୍ବରୁ ରିପୋର୍ଟ ହୋଇଥିଲାଯେ, ଭାରତର ୩ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ଚାଇନାର ୫ ଜଣ ଯବାନ ନିହତ ହୋଇଥିଲେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକ କରିଥିଲେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଇଥର ସାମରିକ ମୁଖିଆଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ।