Odiapua.com

ଶ୍ରୀନଗର ଉପକଣ୍ଠରେ ଏନକାଉଣ୍ଟର- ୨ ଆତଙ୍କବାଦୀ ନିପାତ୍‌

File Photo

ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) ଶ୍ରୀନଗର ଉପକଣ୍ଠରେ ଶନିବାର ଦିନ ଏକ ପୋଲିସ୍‌ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇତିବା ପୋଲିସ କହିଛି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଆଜି ସକାଳେ ସହରର ଉପକଣ୍ଠରେ ଥିବା ରଣବୀରଗଡ ଅଞ୍ଚଳରେ ଏକ କର୍ଡନ-ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଖବର ଅନୁଯାୟୀ, ସର୍ଚ୍ଚ ଅପରେସନ୍‌ ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ।
ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲା ସୀମାବର୍ତ୍ତୀ ଶ୍ରୀନଗର ସହରର ଉପକଣ୍ଠରେ ଏହି ଅଞ୍ଚଳରେ ଗୁଳି ବିନିମୟ ଚାଲିଛି।