Odiapua.com

ଚଢ଼ିଗଲା ବୋଲେରୋ – ଘଟଣା ସ୍ଥଳରେ ୨ମୃତ

ବାହାନଗା, ୧୯ା୮(ଭାରତୀ ଦାସ/ ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନାୟକ ବନ୍ଧ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଏକ ଅଜଣା ଗାଡ଼ି ଧକ୍କାରେ ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବାହାନଗା ବ୍ଲକ ଗଣ୍ଡସ୍ତପୁର ଗ୍ରାମର ସୁଦର୍ଶନ ମହାନ୍ନା(୫୩) ଓ ତାଙ୍କ ସଢୁ ବଳରାମଗଡ଼ି ଅଞ୍ଚଳର ଆକାଶ ମାଝୀ(୫୬) ଭଦ୍ରକ ଆଡ଼ୁ ଏକ ବୋଲେଟ ବାଇକ ଯୋଗେ ଆସୁଥିଲେ। ନାୟକବନ୍ଧ ଭାରତ ପେଟ୍ରୋଲଟାଙ୍କି ନିକଟରେ ପଛପପଟୁ ଏକ ଅଜଣା ବୋଲେରୋ ଧକ୍କା ଦେଇ ଦୃତ ଗତିରେ ପଳାଇ ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବଦକରି ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଥିବାର ଜଣାପଡ଼ିଛି। ସୂଚନା ଯୋଗ୍ୟ ସୂଦର୍ଶନ ବାହାନଗା ଜୁନିୟର କଳେଜର କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ।