Odiapua.com

ରାଜ୍ୟରେ କରୋନା ନେଲା ୨ ମୁଣ୍ଡ

ଭୁବନେଶ୍ୱର ୫-୭ (ଓଡ଼ିଆ ପୁଅ) ରାଜ୍ୟରେ କରୋନା ନେଲା ପୁଣି ୨ ମୁଣ୍ଡ। ଗଜପତି ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ବାଲେଶ୍ୱର ଜିଲ୍ଲାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ମୋଟ କରୋନା କାରଣରୁ ୩୬ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାର ୪୦ ବର୍ଷିୟ କରୋନା ଆକ୍ରାନ୍ତ ପୁରୁଷ ଏବଂ ସୁନ୍ଦରଗଡ ଜିଲ୍ଲାର ୬୪ ବର୍ଷିୟ କୋଭିଡ ପଜିଟିଭ ପୁରୁଷଙ୍କ ମୃତ୍ୟୁ ହୋଇଛି ସେ ମଧୁମେହରେ ପୀଡିତ ଥିଲେ।

ମାସିଭ୍ ହେମୋରେଜିକ୍ ଏକ୍ସୁଡେଟିଭ୍ ପ୍ଲୁରାଲ୍ ଇଫ୍ୟୁଜନ୍ କାରଣରୁ ବାଲେଶ୍ୱର ଜିଲ୍ଲାର ୪୫ ବର୍ଷିୟ କୋଭିଡ୍ ପଜିଟିଭ୍ ମହିଳାଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି। ମୋଟ ଆକ୍ରାନ୍ତ ୯୦୭୦ କୁ ବୃଦ୍ଧି ପାଇଛି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୧୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ୧୫୨ ଚିହ୍ନଟ ହୋଇଛନ୍ତି। ୨୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୬ ଜଣ ଚିହ୍ନଟ ହୋଇଛନ୍ତି।
ଆଜି ବାଲେଶ୍ୱର ଜିଲ୍ଲାରୁ ୮ ଜଣ, ଗଜପତି ଜିଲ୍ଲାରୁ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।