Odiapua.com

ହରିୟାଣାରେ ବଡ଼ ଦୁର୍ଘଟଣା, ଗୁରୁଗ୍ରାମ-ଦ୍ୱାରକା ଏକ୍ସପ୍ରେସୱେ ଉପରେ ଫ୍ଲାଏ ଓଭର ଖସିପଡ଼ିଲା, ଉଦ୍ଧାର କାର୍ଯ୍ୟ ଜାରି

ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) ଗୁରୁଗ୍ରାମ ହରିୟାଣାର ଗୁରୁଗ୍ରାମରୁ ବଡ ଖବର ଆସିଛି। ଗୁରୁଗ୍ରାମ-ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣାଧୀନ ଫ୍ଲାଏ ଓଭର ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଦୁଇଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି।

ଦ୍ୱାରକା ଏକ୍ସପ୍ରେସୱେରେ ଥିବା ଦୌଲତାବାଦ ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ସୂଚନାନୁସାରେ, ଗୁରୁଗ୍ରାମ-ଦ୍ୱାରକା ଏକ୍ସପ୍ରେସୱେରେ ଫ୍ଲାଏ ଓଭର ନିର୍ମାଣ କରାଯାଉଥିବାବେଳେ ଫ୍ଲାଏ ଓଭରର ଏକ ଅଂଶ ହଠାତ୍ ଏକ୍ସପ୍ରେସୱେ ଉପରେ ପଡିଯାଇଥିଲା। ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଜଣ ଶ୍ରମିକ ଆହତ ହୋଇଥିବା ଖବର ପାଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି।