Odiapua.com

ପୁଣି ଗଞ୍ଜାମ ଜିଲ୍ଲାରେ କରୋନା ନେଲା ୨ ମୁଣ୍ଡ

ଭୁବନେଶ୍ୱର ୩୦-୬ (ଓଡ଼ିଆ ପୁଅ) ଗଞ୍ଜାମ ଜିଲ୍ଲାରୁ କରୋନା ନେଲା ପୁଣି ୨ ମୁଣ୍ଡ। ଆଜି ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ଆଉ ଦୁଇ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ତେବେ ଜିଲ୍ଲାରେ ମୋଟ ମୃତକଙ୍କ ସଂଖ୍ୟା ୧୪ ରେ ପହଁଚିଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୦ ହୋଇଛି ଏବଂ ଆଜି ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ୯୫୨ ଜଣ ଆରୋଗ୍ୟ ହୋଇଥିବା ବେଳେ ୪୦୪ ବର୍ତ୍ତମାନ ସକ୍ରୀୟ ଅଛନ୍ତି।

ଏହା ସହ ରାଜ୍ୟରେ ମୋଟ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୫ ହୋଇଥିବା ବେଳେ ଅନ୍ୟ କରାଣରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ମୃତକଙ୍କ ମଧ୍ୟରେ ଜଣେ ୪୮ ବର୍ଷ ବୟସ୍କା ମହିଳା ଏବଂ ଅନ୍ୟ ୩୯ ବର୍ଷ ବୟସ୍କା ମହିଳା, ସେମାନେ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।