Odiapua.com

ସଡ଼କ ପାର୍ଶ୍ୱରେ ଓହଳି ରହିଥିଲା ୧୯ ଶବ : ଲେଖାଯାଇଥିଲା – ଦେଶଭକ୍ତ ବନନ୍ତୁ, ବାଏଗ୍ରା ସମାପ୍ତ କରନ୍ତୁ

ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ମେକ୍ସିକୋରେ ପୁଣି ଥରେ ଗ୍ୟାଙ୍ଗୱାର ସମୟ ଆରମ୍ଭ ହୋଇଯାଇଛି। ପୁଲିସକୁ ଏଠାରେ ଏକ ପୋଲରେ ଓହଳି ରହିଥିବା ୧୯ଟି ଶବ ମିଳିଛି। ଏମାନଙ୍କ ମଧ୍ୟରେ ସାତଜଣଙ୍କର ଶବ ସଡ଼କ ପାର୍ଶ୍ୱରେ କ୍ଷତ ବିକ୍ଷତ ଅବସ୍ଥାରେ ପଡ଼ିଥିବା ମିଳିଥିଲା। ଯେଉଁଥିରେ କିଛି ଲୋକଙ୍କର ହାତ ବନ୍ଧା ହୋଇଥିଲା। ଏଥିରୁ କିଛି ଶବ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା ଏବଂ ତାଙ୍କ ଗଳାରେ ଫାଶୀ ଥିଲା।

ଶବ ନିକଟରୁ ଏକ ବ୍ୟାନର ଜବତ ହୋଇଛି। ଏଥିରେ ଦେଶଭକ୍ତ ବନନ୍ତୁ, ବାଏଗ୍ରା ସମାପ୍ତ କରନ୍ତୁ। ଅବଶ୍ୟ ଏହି ବ୍ୟାନର ସ୍ପଷ୍ଟ ଭାବେ ଦେଖାଯାଉାନାହିଁ। ବ୍ୟାନରରେ ଡ୍ରଗ ମାଫିଆମାନେ ପ୍ରତିଦ୍ଵନ୍ଦ୍ଵୀମାନଙ୍କୁ ଧମକ ଦେଇଥିବା ଇଙ୍ଗିତ କରୁଛି। ଏଥିରେ ମାଦକ ପଦାର୍ଥର ଧନ୍ଦା କରୁଥିବା ଗ୍ୟାଙ୍ଗର ହିଂସା ପୁନଃ ପେରୁଥିବା କିଛି ଲୋକ ଭାବୁଛନ୍ତି। ଯାହାକି ମେକ୍ସିକୋରେ ୨୦୦୬ ରୁ ୨୦୧୨ ମଧ୍ୟରେ ଚରମ ସାମାରେ ଥିଲା। ସେହି ସମୟରେ ପ୍ରଶାସନ ଏବଂ ପ୍ରତିଦ୍ୱନ୍ଦୀକୁ ସନ୍ଦେଶ ଦେବା ପାଇଁ ଲୋକମାନଙ୍କୁ ହତ୍ୟା କରି ଶବଗୁଡ଼ିକୁ ସଡ଼କ ପାର୍ଶ୍ୱରେ ଫୋପାଡ଼ି ଦିଆଯାଉଥିଲା।