Odiapua.com

କାନ୍ଥ ଭୁଷୁଡ଼ିଲା: ୧୫ ମୃତ: ଅନେକ ଦବି ରହିଛନ୍ତି

ପୁଣେ ୨୯-୬ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ପୁଣେରେ ଶନିବାର ସକାଳେ ଭୟଙ୍କର ଦୁର୍ଘଟଣା ହୋଇଯାଇଛି। କୋଣ୍ଢବା ନାମକ ସ୍ଥାନରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ ୧୫ଜଣ ଲୋକ ଦବିଯିବାରୁ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହେବାର ଖବର ଆସୁଛି। କାନ୍ଥର ମଲବାରେ ଏବେ ମଧ୍ୟ ଅନେକ ଲୋକ ଦବି ରହିଥିବାର ଆଶଙ୍କା ଅଛି। ଏନଡିଆରଏଫର ଟିମ କ୍ରମାଗତଭାବେ ରେକ୍କ୍ୟୁ ଅପରେଶନରେ ଲାଗିଅଛି। ମଲବାରେ ଦବି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଉଛି।

ପ୍ରାତଃକାଳରେ କ୍ରମାଗତଭାବେ ବର୍ଷାକରଣରୁ କାନ୍ଥ ଭୁଷୁଡ଼ି ପଡ଼ିଛି। କୋଣ୍ଢବା ନାମକ ସ୍ଥାନରେ ସ୍ଥିତ ଏକ ସୋସାଇଟି ନିକଟରେ ଥିବା ଝୁଗି ଗୁଡ଼ିକ ଉପରେ କାନ୍ଥ ଭୁଷୁଡ଼ି ପଡ଼ିଛି। ଝୁଗିରେ ରହୁଥିବା ଅନେକ ଲୋକ ଏବଂ ଶିଶୁ ଦବି ରହିଛନ୍ତି। ପ୍ରଥମିକ ସୂଚନାମତେ ମୃତକଙ୍କ ମଧ୍ୟରେ ଚାରିଜଣ ଶିଶୁ ଅଛନ୍ତି। ଏହି ଘଟଣା ଉପରେ କଂସ୍ଟ୍ରକ୍ସନ କମ୍ପାନୀର ଦାୟିତ୍ୱହୀନତା ବୋଲି କୁହାଯାଉଛି। ଦୁର୍ଘଟଣାରେ ପ୍ରାୟତଃ ସମସ୍ତ ଲୋକ ଶ୍ରମିକ ଶ୍ରେଣୀର ଅଟନ୍ତି। ଏହି ମୃତକ ଶ୍ରମିକମାନଙ୍କ ମଧ୍ୟରେ ବିହାର, ଏବଂ ପଶ୍ଟିମବଙ୍ଗର ଶ୍ରମିକ ଥିବାର ଅନୁମାନ କରାଯାଉଛି।