Odiapua.com

ରାଜ୍ୟରେ ଆଜି କରୋନା ଭାଇରସ୍ ରେ ୧୭ ମୃତ – ମୋଟ ମୃତକଙ୍କ ସଂଖ୍ୟା ୧୬୫୭ କୁ ବୃଦ୍ଧି

ଭୁବନେଶ୍ୱର ୨୩-୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ଭାଇରସ୍ ରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ୧୬୫୭ କୁ ବୃଦ୍ଧି ପାଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ବଲାଙ୍ଗୀର ଜିଲ୍ଲାର ଜଣେ
ବରଗଡ ଜିଲ୍ଲାର ୨ ଜଣ
ଖୋର୍ଦ୍ଧା (ଭୁବନେଶ୍ୱରର) ୪ ଜଣ
ଝାରସୁଗୁଡା ଜିଲ୍ଲାର ୨ ଜଣ
କେନ୍ଦ୍ରାପଡା ଜିଲ୍ଲାର ଜଣେ
ସମ୍ବଲପୁର ଜିଲ୍ଲାର ୩ ଜଣ
ସୁନ୍ଦରଗଡ ଜିଲ୍ଲାର ୪ ଜଣ

ମୃତକଙ୍କ ବିଷୟରେ –

୧- ବଲାଙ୍ଗୀର ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କ ପୁରୁଷ।

୨- ବରଗଡ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

୩- ବରଗଡ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ।

୪- ଭୁବନେଶ୍ୱରର ଜଣେ ୮୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, ମସ୍ତିଷ୍କ ଆଘାତରେ ପୀଡିତ ଥିଲେ।

୫- ଭୁବନେଶ୍ୱରର ୩୪ ବର୍ଷ ବୟସ୍କ ପୁରୁଷ।

୬- ଭୁବନେଶ୍ୱରର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡିତ ଥିଲେ।

୭- ଭୁବନେଶ୍ୱରର ଜଣେ ୫୫ ବର୍ଷ ବୟସ୍କା ମହିଳା ଯିଏକି ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୮- ଝାରସୁଗୁଡା ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୯- ଝାରସୁଗୁଡା ଜିଲ୍ଲାର ଜଣେ ୭୩ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୦- କେନ୍ଦ୍ରାପଡା ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୧- ସମ୍ବଲପୁର ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୨- ସମ୍ବଲପୁର ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୩- ସମ୍ବଲପୁର ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୪- ସୁନ୍ଦରଗଡ ଜିଲ୍ଲାର ଜଣେ ୮୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୫- ସୁନ୍ଦରଗଡ ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୬- ସୁନ୍ଦରଗଡ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା।

୧୭- ସୁନ୍ଦରଗଡ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ CKD ରେ ମଧ୍ୟ ପୀଡିତ ଥିଲେ।