Odiapua.com

ରାଜ୍ୟରେ ଆଜି ପର୍ଯ୍ୟନ୍ତ ସର୍ବାଧିକ ଦୈନଦିନ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୨୧୦୪

ଭୁବନେଶ୍ଵର ୧-୬ (ଓଡ଼ିଆ ପୁଅ) : ଆଜି ରାଜ୍ୟରେ ପୁଣି ୧୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଆଜି ପର୍ଯ୍ୟନ୍ତ ଦୈନନ୍ଦିନ ଆକ୍ରାନ୍ତ ଚିହ୍ନଟ ମଧ୍ୟରେ ସର୍ବାଧିକ ସଂଖ୍ୟା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୱେବସାଇଟରେ ସୂଚନା ଦିଆଯାଇଛି।  ସେମାନଙ୍କ ମଧ୍ୟରୁ ୧୧୨୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୬୯ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ଏଥିରେ ମୃତ୍ୟୁ ଘଟିଛି। ଆଉ ୨ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲେ ବି ସେମାନଙ୍କର କରୋନା ଯୋଗୁ ପ୍ରାଣହାନୀ ହୋଇନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୧୭ ଜଣ, ଯାଜପୁର ଜିଲ୍ଲାରୁ ୧ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫୦ ଜଣ, କଟକ ଜିଲ୍ଲାରୁ ୨୦ ଜଣ, ଭଦ୍ରକ ଜିଲ୍ଲାରୁ ୭ ଜଣ, ଜଗତ୍ସିଂହପୁର ଜିଲ୍ଲାରୁ ୧୪ ଜଣ, ବାଲାଙ୍ଗୀର ଜିଲ୍ଲାରୁ ୨ ଜଣ, ନୟାଗଡ଼ ଜିଲ୍ଲାରୁ ୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, ନୁଆପଡା ଜିଲ୍ଲାରୁ ୩ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ୯ ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୨ ଜଣ, ବରଗଡ ଜିଲ୍ଲାରୁ ୩ ଜଣ, ସୋନେପୁର ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ମୋଟ ୧୫୬ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୫୩ ଜଣ ଏବଂ ସ୍ଥାନୀୟ ୩ ଜଣ ଚିହ୍ନଟ ହୋଇଛନ୍ତି।

ଇତି ମଧ୍ୟରେ ଭାରତରେ ମହାମାରୀ କରୋନାର ପ୍ରକୋପ ହୁ ହୁ ହୋଇ ବଢିବାରେ ଲାଗିଛି। ବିଶ୍ଵର କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତ ବର୍ତ୍ତମାନ ବିଶ୍ଵର ସପ୍ତମ ସ୍ଥାନରେ ପହଞ୍ଚିଛି। ଏହି ଏକ ସପ୍ତାହ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦ ହଜାର ବୃଦ୍ଧି ପାଇଛି।

ବର୍ତ୍ତମାନ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧, ୯୦, ୫୩୫ ଜଣ। ଚିକିତ୍ସାଧୀନ ଅଛନ୍ତି ୯୩, ୩୨୨ ଜଣ। ଏଥିରୁ ସୁସ୍ଥ ହୋଇଛନ୍ତି ୮୬, ୯୮୩ ଜଣ। ମୃତ୍ୟୁ ବରଣ କରିଛନ୍ତି ୫, ୩୯୪ଜଣ। ମହାରାଷ୍ଟ୍ରରେ ସର୍ବାଧିକ ୬୭, ୬୫୫ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୨, ୨୮୬ଜଣ ମୃତ୍ୟୁ ବରଣ କରିଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।